ଜେଟ୍‌ ଏୟାରୱେଜ୍‌କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଲେ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଜେଟ୍‌ ଏୟାରୱେଜ୍‌କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଲେ ଯାତ୍ରୀ

jet_....

ମୁମ୍ବାଇ: କ୍ରୁ ମେମ୍ବରଙ୍କ ଅବହେଳା ଯୋଗୁଁ ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍‌ ଏୟାରୱେଜ୍‌ର ଏକ ବିମାନରେ ଘଟିଥିବା ଅଘଟଣରେ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି।
ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ ଜେଟ୍ ଏୟାରୱେଜ୍‌କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଛନ୍ତି।
ଉକ୍ତ ଯାତ୍ରୀ ଜଣଙ୍କ ଏହି ଏୟାରଲାଇନ୍‌ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି। ଏହି ଏୟାରଲାଇନ୍ ଯାତ୍ରୀମାନଙ୍କର ଠିକଣା ଯତ୍ନ ନେଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଯାତ୍ରୀ ଜଣଙ୍କ ବିମାନ ଉଡ଼ାଣ ବେଳର ଏକ ଭିଡିଓ ସୋଶାଲ୍ ମିଡିଆରେ ଶେୟାର କରିବା ପାଇଁ ମଧ୍ୟ ଧମକ ଦେଇଛନ୍ତି।
ବିମାନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି ଆହତ ହୁଅନ୍ତି, ତା’ହେଲେ ସଂପୃକ୍ତ ଏୟାରଲାଇନ୍‌ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଦିଆଯିବା ନେଇ ନିୟମ ରହିଛି।
ସୂଚନାଯୋଗ୍ୟ, ଗତକାଲି ମୁମ୍ବାଇରୁ ଜୟପୁର ଯାଉଥିବା ଏହି ଜେଟ୍ ଏୟାରୱେଜ୍‌ରେ କ୍ରୁ ମେମ୍ବର କ୍ୟାବିନର ପ୍ରେସରକୁ ଠିକ୍ ରଖିବା ପାଇଁ ଉଦ୍ଦିଷ୍ଟ ସ୍ୱିଚ୍‌କୁ ଭୁଲରେ ଅନ୍ କରି ନ ଥିଲେ। ଏହି କାରଣରୁ ବିମାନରେ ଥିବା ୧୬୬ ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିଥିଲା। କିଛି ଯାତ୍ରୀଙ୍କ ପ୍ରବଳ ମୁଣ୍ଡବିନ୍ଧା ମଧ୍ୟ ହୋଇଥିଲା।



from Odisha Reporter https://ift.tt/2PORLFo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages