ଅଧିନାୟକ ଭାବେ ବିରାଟଙ୍କ ଅଭିଜ୍ଞତାକୁ ନେଇ ଏମିତି କଥା କହିଲେ ଗାଭାସ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଅଧିନାୟକ ଭାବେ ବିରାଟଙ୍କ ଅଭିଜ୍ଞତାକୁ ନେଇ ଏମିତି କଥା କହିଲେ ଗାଭାସ୍କର

sunilgavaskar

ଲଣ୍ଡନ: ଇଂଲଣ୍ଡରେ ଟେଷ୍ଟ୍ ସିରିଜ୍‌ରେ ଶୋଚନୀୟ ପରାଜୟ ପରେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି ଯେ ବିରାଟଙ୍କୁ ଆହୁରି ବହୁତ ଶିଖିବାର ଅଛି। ଦକ୍ଷିଣ ଆଫ୍ରିକା ପରେ ଇଂଲଣ୍ଡରେ ସେ ଅନେକ ଗୁଡ଼ିଏ ଭୁଲ୍ କରିଛନ୍ତି। ଫିଲ୍ଡରେ ଖେଳାଳିଙ୍କୁ ଠିକ୍ ସ୍ଥାନରେ ରଖିବାରେ କିଛି ଭୁଲ୍ କରିଛନ୍ତି। ସେହିଭଳି ଠିକ୍ ସମୟରେ ବୋଲର ପରିବର୍ତ୍ତନ କରିବାରେ ମଧ୍ୟ ସେ ବିଫଳ ହୋଇଛନ୍ତି। ଯଦି ଏଥିରେ ସେ ଠିକ୍ ନିଷ୍ପତ୍ତି ନେଇ ଥାଆନ୍ତେ, ଫଳାଫଳ ଅଲଗା ହୋଇଥାଆନ୍ତା।

ଗାଭାସ୍କର କହିଛନ୍ତି, ବିରାଟ ମାତ୍ର ଦୁଇ ବର୍ଷ ହେଲା ଅଧିନାୟକ ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କଠାରେ ଅଭିଜ୍ଞତାର ଅଭାବ ପରିଲକ୍ଷିତ ହେଉଛି। ତାଙ୍କର ଅଭିଜ୍ଞତା ଭାରତୀୟ ପିଚ୍‌ ମଧ୍ୟରେ ସୀମିତ ହୋଇରହିଛି, ଯେଉଁଠି ଶୀଘ୍ର ୱିକେଟ୍ ପଡ଼ିଯାଏ। ଏକ ଭଲ ପାର୍ଟନରଶିପ୍‌କୁ କେମିତି ଭାଙ୍ଗିବାକୁ ପଡ଼ିବ, ସେ ଅନୁଭୂତି ତାଙ୍କର ନାହିଁ। ଆଶା କରାଯାଉଛି ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସେ ଏହା ଶିଖି ନେବେ।

ଟିମ୍‌ରେ ଅତ୍ୟଧିକ ପରିବର୍ତ୍ତନକୁ ଗାଭାସ୍କର ନାପସନ୍ଦ କରିଛନ୍ତି।

ସେ କହିଛନ୍ତି,“ବଡ଼ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ। ଏହା ଦ୍ୱାରା ଟିମ୍‌ର ଆତ୍ମବିଶ୍ୱାସ କମିଯାଏ। କିନ୍ତୁ ଯେଉଁ ସ୍ଥାନରେ ଟିମ୍ ଦୁର୍ବଳ ଅଛି ତା’କୁ ଖୋଜି ବାହାର କରାଯିବା ଦରକାର। ଦୁର୍ବଳତା ଗୁଡ଼ିକୁ ସ୍ୱୀକାର କରିବାକୁ ହେବ ଓ ସୁଧାରିବାକୁ ହେବ।”



from Odisha Reporter https://ift.tt/2p7Z4g2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages