ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

Rape

ଚଣ୍ଡିଗଡ଼: ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ହରିଆଣାରେ।

ଏହି ଛାତ୍ରୀଙ୍କ ଘର ରେୱାରି ନିକଟସ୍ଥ ଏକ ଗାଁରେ। ସେ ରେୱାରୀରେ କୋଚିଂ ନିଅନ୍ତି।

ବୁଧବାର ଦିନ କୋଚିଂ ସେଣ୍ଟରରୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା ଓ ପରେ ଗଣଦୁଷ୍କର୍ମ କରାଯାଇଥିଲା।
ଏନେଇ ପୁଲିସ୍ ଏକ ମାମଲା ଦାଏର କରି ତଦନ୍ତ କରୁଛି।

ପୁଲିସ୍ କହିବା ଅନୁସାରେ, ୧୯ ବର୍ଷ ବୟସର ଏହି ଛାତ୍ରୀ ଜଣକ ରେଲୱେ ପରୀକ୍ଷା ପାଇଁ ପ୍ରସ୍ତୁ଼ତି କରୁଛନ୍ତି। ତେଣୁ ଏକ କୋଚିଂ ସେଣ୍ଟରରେ କୋଚିଂ ନେଉଛନ୍ତି।

ଘଟଣା ଦିନ ସେ କୋଚିଂ ସେଣ୍ଟରରୁ ଫେରିବା ସମୟରେ ୩ ଜଣ ଯୁବକ କାର୍‌ରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ। ସେମାନେ ତାଙ୍କୁ ପାଖରେ ଥିବା ଜମିକୁ ନେଇ ଯାଇଥିଲେ ଓ ଦୁଷ୍କର୍ମ କରିଥିଲେ। ସେଠାରେ ପୂର୍ବରୁ ଥିବା ଆଉ କିଛି ଲୋକ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଚେତାଶୂନ୍ୟ ହେବା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ପରେ ଅଭିଯୁକ୍ତମାନେ ତାଙ୍କୁ ଏକ ବସ୍‌ଷ୍ଟାଣ୍ଡରେ ଫୋପାଡ଼ି ଚାଲି ଯାଇଥିଲେ।
ଅଭିଯୁକ୍ତମାନେ ତାଙ୍କ ଗାଁର ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2N8bQJT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages