ପୂର୍ବତନ ‘ମିସ୍‌ ୟୁନିଭର୍ସ’ ଚେଲ୍ସି ସ୍ମିଥ୍‌ଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ପୂର୍ବତନ ‘ମିସ୍‌ ୟୁନିଭର୍ସ’ ଚେଲ୍ସି ସ୍ମିଥ୍‌ଙ୍କ ପରଲୋକ

susmita

ମୁମ୍ବାଇ: ୧୯୯୫ ମସିହାରେ ‘ମିସ୍‌ ୟୁନିଭର୍ସ’ ଟାଇଟଲ୍‌ ଜିତିଥିବା ଆମେରିକୀୟ ସୁନ୍ଦରୀ ଚେଲ୍‌ସି ସ୍ମିଥ୍‌ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ଚେଲ୍‌ସି ଦୀର୍ଘଦିନ ଧରି ଲିଭର୍ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ।

ଚେଲ୍‌ସିଙ୍କ ବିୟୋଗ ଖବର ପାଇବା ପରେ ବଲିଉଡ୍‌ ଅଭିନେତ୍ରୀ ତଥା ୧୯୯୪ରେ ‘ମିସ୍ ୟୁନିଭର୍ସ’ ଟାଇଟଲ୍ ବିଜୟିନୀ ସୁସ୍ମିତା ସେନ୍‌ ଟ୍ୱିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି। ସୁସ୍ମିତା ଲେଖିଛନ୍ତି, ‘‘ମୋତେ ତାଙ୍କ ହସ ଓ ପରିପକ୍ୱ ବ୍ୟକ୍ତିତ୍ୱ ଖୁବ୍‌ ଭଲ ଲାଗେ। ମୋର ପ୍ରିୟ ବନ୍ଧୁଙ୍କ ଆତ୍ମାକୁ ଶାନ୍ତି ମିଳୁ।’’

ଏହି ପୋଷ୍ଟ୍‌ ସହ ସୁସ୍ମିତା ଏକ ଫଟୋ ବି ଶେୟାର କରିଛନ୍ତି। ଏହି ଫଟୋରେ ସୁସ୍ମିତା ସେନ୍‌ ସ୍ମିଥ୍‌ଙ୍କୁ ‘ମିସ୍‌ ଯୁନିଭର୍ସ’ର ତାଜ୍‌ ପିନ୍ଧାଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ୧୯୯୫ରେ ସ୍ମିଥ୍‌ଙ୍କୁ ୧୯୯୪ର ଟାଇଟଲ୍‌ ବିଜୟିନୀ ସୁସ୍ମିତା ସେନ୍‌ ହିଁ ‘ମିସ୍‌ ୟୁନିଭର୍ସ’ର ତାଜ୍ ପିନ୍ଧାଇଥିଲେ।



from Odisha Reporter https://ift.tt/2O6quxA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages