
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୬ ଦଫା ଦାବି ପୂରଣ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଥିବା ଅଗ୍ନିଶମ ବାହିନୀର ଫାୟାର ମ୍ୟାନ୍ ଓ ଡ୍ରାଇଭରମାନେ ଆଜି ନିଜର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ଅକ୍ଷୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଫାୟାର ମ୍ୟାନ୍ ଓ ଡ୍ରାଇଭରମାନେ ଗତ ୨୪ ତାରିଖରୁ ଆନ୍ଦୋଳନ କରୁଥିଲେ। ସେମାନଙ୍କର ୬ ଦଫା ଦାବି ଯୁକ୍ତିଯୁକ୍ତ ଓ ଏହା ଏବେ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି। ସେଗୁଡ଼ିକୁ ପୂରଣ ପାଇଁ ସରକାର ପଦକ୍ଷେପ ନେବେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।
ସୂଚନାଯୋଗ୍ୟ, ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାଜ୍ୟ ପୁଲିସ ଭଳି ଦରମା ଓ ଭତା ସମେତ ୮ ଘଣ୍ଟା ଡ୍ୟୁଟି, ଖାଲି ପଡ଼ିଥିବା ପଦବୀ ପୂରଣ, ଠିକା ନିଯୁକ୍ତିକୁ ଉଚ୍ଛେଦ, ଅଗ୍ନିଶମ କର୍ମଚାରୀ ସଂଘକୁ ମାନ୍ୟତା ଆଦି ଦାବିରେ ୨୪ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲ।
from Odisha Reporter https://ift.tt/2NJhrqv
No comments:
Post a Comment