ଭୁଲ ବନାନ ଲେଖି ପାକ୍‌ କ୍ରିକେଟ୍‌ ବୋର୍ଡ ସମାଲୋଚନାର ଶିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଭୁଲ ବନାନ ଲେଖି ପାକ୍‌ କ୍ରିକେଟ୍‌ ବୋର୍ଡ ସମାଲୋଚନାର ଶିକାର

ଦୁବାଇ (ଓଡ଼ିଶା ରିପୋର୍ଟର): ଦୁବାଇରେ ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍ ଜାରି ରହିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଏହି ମ୍ୟାଚ ଜିତି ପରସ୍ପରଙ୍କୁ ଚକମା ଦେବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଦେଶର କ୍ରୀଡ଼ାପ୍ରେମୀଙ୍କ ସମେତ ସାରା ବିଶ୍ୱ ଏହି ମ୍ୟାଚ ଉପରେ ନଜର ରଖିଛି। ତେବେ ସମସ୍ତଙ୍କ ନଜର କ୍ରିକେଟ ପଡ଼ିଆରେ ଥିବାବେଳେ ସୋଶାଲ୍‌ ମିଡିଆରେ ଲାଗଛି ଭାଇରାଲ୍‌ ତଡ୍‌କା।

ଉଭୟ ଦେଶର ଫ୍ୟାନ୍‌ମାନେ ନିଜ ନିଜ ଦେଶର ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ସୋଶାଲ୍‌ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି। ତେବେ ପାକିସ୍ତାନ ଗତ ଚାମ୍ପିଆନ୍ସ ଟ୍ରଫିରେ ଭାରତ ବିପକ୍ଷରେ ବୃହତ ବିଜୟ ହାସଲ କରିଥିଲା।

ଏହାକୁ ଅସ୍ତ୍ର କରି ପାକିସ୍ତାନ କ୍ରିକେଟ ବୋର୍ଡ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛି। ଯାହାଦ୍ୱାରା ସେମାନେ ପାକିସ୍ତାନୀ କ୍ରିକେଟରଙ୍କର ପରାକ୍ରମଃ ଦେଖାଇବା ସହିତ ଭାରତୀୟ ଫ୍ୟାନମାନଙ୍କୁ ଟ୍ରଲ କରିପାରିବେ।

ହେଲେ ଏହି ପୋଷ୍ଟ ଜରିଆରେ ଭାରତକୁ ଟ୍ରଲିଂ କରିବା ଲକ୍ଷ୍ୟ ରଖିଥିବା ପାକିସ୍ତାନ କିନ୍ତୁ ନିଜେ ଖୋଳିଥିବା ଗାତରେ ପଡ଼ିଛି। ପିସିବି ପକ୍ଷରୁ କରାଯାଇଥିବା ଏହି ପୋଷ୍ଟରେ ଗୋଟିଏ ବନାନ ଜନିତ ତ୍ରୁଟି ରହିଛି। ଯେଉଁଥିପାଇଁ ଭାରତୀୟ କ୍ରିକେଟପ୍ରେମୀମାନେ ପାକିସ୍ତାନ ଉପରେ ଦାଉ ସାଧିଛନ୍ତି। ସେମାନଙ୍କୁ ଟ୍ରଲ କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାଁନ୍ତି।

ପୂର୍ବରୁ ବାରମ୍ବାର ଭୁଲ ଇଂରାଜୀ ପାଇଁ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଏଠାରେ ବି ନିଜକୁ ରକ୍ଷା କରିପାରିନାହିଁ।



from Odisha Reporter https://ift.tt/2DdHsJH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages