
ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ମଝି ଚିଲିକାରେ ଫସି ରହିଛି ଯାତ୍ରୀବାହୀ ଡଙ୍ଗା। ପ୍ରାୟ ଅଧ ଘଣ୍ଟା ଧରି ଡଙ୍ଗାଟି ଫସି ରହିଥିବା ଜଣାପଡ଼ିଛି। ତେବେ ଏହି ଟଙ୍ଗାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।
ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ମଝି ଚିଲିକାର ମହିଁଷାକୁଦାରେ ଯାତ୍ରୀବାହୀ ଡଙ୍ଗାଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଛି। ଡଙ୍ଗାରେ ପ୍ରାୟ ୨୦ ଜଣ ଯାତ୍ରୀ ଓ ୭ଟି ବାଇକ୍ ରହିଛି। ତେବେ ମଝି ଚିଲିକାରେ ଫସି ରହିଥିବା କାରଣରୁ ଏଥିରେ ଥିବା ଯାତ୍ରୀମାନେ ଭଯଭୀତ ଅବସ୍ଥାରେ ଅଛନ୍ତି।
ସୂଚନାରୁ ପ୍ରକାଶ, କିଛି ମାସ ତଳେ କାଳିଜାଈ ଗଣ୍ଡରେ ଏକ ଡ଼ଙ୍ଗା ବୁଡ଼ି ଯାଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
from Odisha Reporter https://ift.tt/2pklavR
No comments:
Post a Comment