ଆଉ ଏକ ରେକର୍ଡର ସମକକ୍ଷ ହେବାକୁ ବିରାଟ୍‌ଙ୍କ ପାଖରେ ରହିଛି ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଆଉ ଏକ ରେକର୍ଡର ସମକକ୍ଷ ହେବାକୁ ବିରାଟ୍‌ଙ୍କ ପାଖରେ ରହିଛି ସୁଯୋଗ

ଓଭାଲ୍‌: ଆସନ୍ତାକାଲି ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଶେଷ ଟେଷ୍ଟ୍‌ ମ୍ୟାଚ୍‌ ଓଭାଲ୍‌ ଗ୍ରାଉଣ୍ଡରେ ଖେଳାଯିବ। ଅବଶ୍ୟ ଟିମ୍‌ ଇଂଲଣ୍ଡ ୫ ଟିକିଆ ସିରିଜ୍‌କୁ ୩-୧ରେ ଆଗୁଆ ଜିତି ସାରିଛି, ତଥାପି ସମ୍ମାନରକ୍ଷା ପାଇଁ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ମଇଦାନକୁ ଓହ୍ଲାଇବ। 
 
ତେବେ ଟିମ୍‌ ଇଣ୍ଡିଆର ବିରାଟ୍‌ କୋହଲିଙ୍କ ପାଖରେ ଆସନ୍ତାକାଲି ଆଉ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିବ। ବିରାଟ୍‌ ତାଙ୍କ ଟେଷ୍ଟ୍‌ କ୍ୟାରିୟର୍‌ ୨୩ଟି ଶତକ ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସଙ୍କଠାରୁ ମାତ୍ର ଗୋଟିଏ ଶତକ ପଛରେ ରହିଛନ୍ତି।  ଭିଭିଆନ୍‌ ତାଙ୍କ ଟେଷ୍ଟ୍‌ କ୍ୟାରିୟର ମଧ୍ୟରେ ୨୪ଟି ଶତକ ହାସଲ କରିଥିଲେ।
୨୯ ବର୍ଷୀୟ ବିରାଟ୍‌ ଇତି ମଧ୍ୟରେ ୭୦ଟି ଟେଷ୍ଟ୍‌ ଖେଳି ୫୪.୪୪ ହାରରେ ୬୦୯୮ ରନ୍‌ ସଂଗ୍ରହ କରିଥିବା ବେଳେ ରିଜାର୍ଡସ୍‌ ୧୨୧ଟି ମ୍ୟାଚ୍‌ରେ ୫୦.୨୩ ହାରରେ ୮୫୪୦ ରନ୍‌ ହାସଲ କରିଥିଲେ।
 
ବରାଟ୍‌ ଯଦି ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ମ୍ୟାଚ୍‌ରେ ଶତକ ହାସଲ କରନ୍ତି, ତା’ହେଲେ ସେ ରିଚାର୍ଡସଙ୍କ ସମକକ୍ଷ ହୋଇପାରିବେ।
 
ବିରାଟ୍‌ ୨୩ଟି ଟେଷ୍ଟ ଶତକ ସହ ସର୍ବାଧିକ ଶତକ ହାସଲ କରିଥିବା ତାଲିକାରେ ୨୫ ନଂ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ୫୧ଟି ଶତକ ସହ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକର ୧ ନଂ ସ୍ଥାନରେ ରହିଛନ୍ତି।
କୋହଲି ୬ଷ୍ଠ ଭାରତୀୟ ଭାବେ ଇଂଲଣ୍ଡ ବିପକ୍ଷରେ ୧୫ଶହରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ଏହି ତାଲିକାରେ ବ୍ୟାଟିଂ ସୁପରଷ୍ଟାର ସଚିନ୍‌ ତେନ୍ଦୁଲକର ୨୫୩୫ ରନ୍‌ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେ ୫୧.୭୩ ହାରରେ ୭ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
 
ଦିନିକିଆରେ ସର୍ବାଧିକ ଶତକ ହାସଲକାରୀ ତାଲିକାରେ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ୩୫ଟି ଶତକ ହାସଲ କରିଥିବା ବେଳେ ଏକ ନମ୍ବର ସ୍ଥାନରେ ଥିବା ସଚିନ୍‌ ତେନ୍ଦୁଲକର ୪୯ଟି ଶତକ ହାସଲ କରିଛନ୍ତି। 


from Odisha Reporter https://ift.tt/2CnS8om

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages