
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଦିନ ଦ୍ୱି’ପ୍ରହରରେ ଜଣେ ପରିବା ଦୋକାନୀଙ୍କୁ ଅନ୍ୟ ଜଣେ ଦୋକାନୀ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି। ଏପରି ଘଟଣା ଢେଙ୍କାନାଳ ଟାଉନ୍ରେ ଘଟିଛି।
ଦୋଳମଣ୍ଡପ ସାହିର ଶିବ ସେନାପତି ଜଗନ୍ନାଥ ରୋଡ୍ର ବାଳିକା ହାଇସ୍କୁଲ ନିକଟରେ ଯାଉଥିଲେ। ଏହି ସମୟରେ ବିରଞ୍ଚି ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏକ କାତିରେ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆକ୍ରମଣକାରୀ ବିରଞ୍ଚିକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ଶିବଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଭୟ ପରିବା ମାର୍କେଟରେ ଦୋକାନ କରିଛନ୍ତି।
from Odisha Reporter https://ift.tt/2PHKiYu
No comments:
Post a Comment