ରାଶି ଅନୁସାରେ ଲଗାନ୍ତୁ ଏସବୁ ଗଛ, ଦୂର ହୋଇଯିବ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ରାଶି ଅନୁସାରେ ଲଗାନ୍ତୁ ଏସବୁ ଗଛ, ଦୂର ହୋଇଯିବ ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୃକ୍ଷଲତା ଆମ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିନା ବୃକ୍ଷଲତାରେ ଜୀବନର ଅସ୍ତିତ୍ୱ ନାହିଁ। ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତାରେ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ଅନେକ ଉଲ୍ଲେଖ ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗଛର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ତେଣୁ ଏଗୁଡ଼ିକ ଭିନ୍ନ ଭିନ୍ନ ଭାବେ ଆମ ଜୀବନରେ ସଫଳତା, ଧନ, ସ୍ୱାସ୍ଥ୍ୟ ଓ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇଥାନ୍ତି। ନିଜ ରାଶି ଅନୁଯାୟୀ ଆମେ ଯଦି ନିଜ ଘରେ ଗଛ ଲଗାଇବା ଏହା ଆମ ଭାଗ୍ୟ ବଦଳାଇ ଦେଇପାରେ।

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କି ପ୍ରକାର ଗଛ ଲଗାଇବା ଶୁଭ ହୋଇଥାଏ।

vastuମେଷ: ଏହି ରାଶିର ବ୍ୟକ୍ତି ନିଜ ଘର ପାଖରେ କୋଚିଳା, ଅଁଳା କିମ୍ବା ଡିମ୍ବିରି ଗଛ ଲଗାଇଲେ ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଗଛଗୁଡ଼ିକ ସେମାନଙ୍କ ଜୀବନରୁ ଅନେକ ସମସ୍ୟା ଦୂର କରିବାରେ ସହାୟକ ହେବା ସହ ସୁଖ, ସମୃଦ୍ଧିର ପଥ ଖୋଲି ଦେଇଥାନ୍ତି।

ବୃଷ: ଏହି ରାଶିର ବ୍ୟକ୍ତିମାନେ ନିଜ ଆଖପାଖରେ ଜାମୁକୋଳି କିମ୍ବା ଡିମ୍ବିରି ଗଛ ଲଗାଇଲେ ଶୁଭ ଫଳ ମିଳିଥାଏ। ଏମାନେ ଏହି ଗଛକୁ କାହାକୁ ଉପହାରରେ ମଧ୍ୟ ଦେଇ ପାରିବେ। ଏହା ସେମାନଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇଥାଏ। ଏହାଦ୍ୱାରା ସେମାନଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

vastuମିଥୁନ: ଏହି ରାଶିର ବ୍ୟକ୍ତି ନିଜ ଘର ପାଖରେ ବାଉଁଶ କିମ୍ବା ଚନ୍ଦନ ଗଛ ଲଗାଇବା ଉଚିତ। ଶାସ୍ତ୍ର ଅନୁସାରେ ଏହି ଗଛ ଲଗାଇଲେ ମାନସମ୍ମାନ ବୃଦ୍ଧି ପାଇଥାଏ। ଏହାବାଦ୍‌ ବନ୍ଧୁମାନଙ୍କ ସହ ବିଗିଡ଼ି ଯାଇଥିବା ସମ୍ପର୍କ ପୁଣିଥରେ ସୁଧୁରି ଯାଏ।

କର୍କଟ: ଏହି ରାଶିର ବ୍ୟକ୍ତି ନିଜ ଆଖପାଖରେ ଓସ୍ତ, ବାଉଁଶ କିମ୍ବା ନାଗ କେଶର ଗଛ ଲଗାଇବା ଶୁଭ ଫଳ ଦେଇଥାଏ। ଏପରି ଗଛ ଲଗାଇଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।

vastuସିଂହ: ସୁଖଶାନ୍ତିରେ ପରିପୂର୍ଣ୍ଣ ଜୀବନ ପାଇବା ଲାଗି ଏହି ରାଶିର ବ୍ୟକ୍ତି ନାଗ କେଶର, ବର ଓ ପଳାଶ ଗଛ ଲଗାଇବା ଉଚିତ୍। ଏହାଦ୍ୱାରା ଏମାନଙ୍କୁ ସଫଳତା ମଧ୍ୟ ମିଳିଥାଏ।

କନ୍ୟା: ଏହି ରାଶିର ବ୍ୟକ୍ତି ନିଜ ଘର ପାଖରେ ବର, ରିଠା କିମ୍ବା ପଳାଶ ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

vastuତୁଳା: ଏହି ରାଶିର ବ୍ୟକ୍ତି ବେଲ, କରମଙ୍ଗା, ରିଠା ଗଛ ଲଗାଇ ଏହାର ଫଳ ଓ ଫୁଲକୁ ମହାଦେବଙ୍କୁ ଅର୍ପଣ କରିବା ଉଚିତ୍‌। ଶାସ୍ତ୍ର ଅନୁସାରେ ଏପରି କଲେ ସବୁକ୍ଷେତ୍ରରେ ସଫଳତା ମିଳିବା ସହ ସମାଜରେ ମାନସମ୍ମାନ ବଢ଼ିଥାଏ।

ବିଛା: ଏମାନଙ୍କ ପାଇଁ ବଉଳ ଓ କରମଙ୍ଗା ଗଛ ଶୁଭ। ଏପରି ଗଛ ଲଗାଇବା ଦ୍ୱାରା ନିଜ ପରିବାର ଲୋକେ ସୁସ୍ଥ ରହିବା ସହ ଶାନ୍ତିପୂର୍ଣ୍ଣ ଜୀବନଯାପନର ପଥ ପରିଷ୍କାର ହୋଇଯାଇଥାଏ ବୋଲି କୁହାଯାଇଛି

vastuଧନୁ: ଏହି ରାଶିର ବ୍ୟକ୍ତି କରମଙ୍ଗା ଓ ପାଇନ୍‌ ଗଛ ଲଗାଇବା ଅତ୍ୟନ୍ତ ଶୁଭ। ଏସବୁ ଗଛ ଲଗାଇଲେ ଜୀବନରେ ସଂଘର୍ଷ କମିବା ସହ ସଫଳତା ଶୀଘ୍ର ଆସିଥାଏ।

ମକର: ଏହି ରାଶିର ବ୍ୟକ୍ତିଙ୍କ ଘର ପଛ ପଟେ ଶାଳ କିମ୍ବା ପଣସ ଗଛ ରହିଲେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଥାଏ। ଏହାସହ ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇଥାଏ। ଯଦି ଆପଣ ରାଶି ମକର ଓ ଆପଣଙ୍କ ଘର ପଛ ପଟେ ଏସବୁ ଗଛ ନାହିଁ ତେବେ ଶୀଘ୍ର ଲଗାନ୍ତୁ।

vastuକୁମ୍ଭ: ବିବାହ ହେଉ ନ ଥିଲେ କିମ୍ବା ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଥିଲେ ମନ୍ଦାର, କଦମ୍ବ ଗଛ ଲଗାନ୍ତୁ। ସମସ୍ୟା ଦୂର ହୋଇଯିବ ବୋଲି ଶାସ୍ତ୍ରରେ କୁହାଯାଇଛି।

ମୀନ: ଏହି ରାଶିର ବ୍ୟକ୍ତିଙ୍କ ଘର ଆଗରେ ଆମ୍ବ, ନିମ୍ବ କିମ୍ବା ମହୁଲ ଗଛ ରହିବା ଭଲ। ଏଗୁଡ଼ିକ ଘର ଆଗରେ ରହିଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାନ୍ତି। ଏହା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ।



from Odisha Reporter https://ift.tt/2MGAFHH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages