ସାବଧାନ! ଘରେ ଧୂପକାଠି ଜାଳୁଥିଲେ ପଡ଼ିପାରନ୍ତି ବେମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ସାବଧାନ! ଘରେ ଧୂପକାଠି ଜାଳୁଥିଲେ ପଡ଼ିପାରନ୍ତି ବେମାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂଜାପାଠରେ ଧୂପର ଏକ ପ୍ରମୁଖ ଭୂମିକା ରହିଛି। ବିନା ଧୂପକାଠିରେ ପୂଜା କଥା ବିଚାର କରାଯାଇ ନପାରେ। କେବଳ ହିନ୍ଦୁ ଧର୍ମ ନୁହେଁ, ସବୁ ଧର୍ମରେ ପୂଜାରେ ଧୂପ ବ୍ୟବହାର କରାଯାଇଥାଏ।

କୁହାଯାଏ ଧୂପ ଜାଳିବା ଦ୍ୱାରା ମନରେ ଶାନ୍ତି ଆସିଥାଏ। ଏହା ଘରୁ ସମସ୍ତ ନକାରାତ୍ମକ ଉର୍ଜା ଦୂର କରି ସକାରାତ୍ମକ ଉର୍ଜା ଜାଗ୍ରତ କରିଥାଏ। ମନକୁ ଶାନ୍ତି ମିଳେ ଓ ନିଦ ବି ଭଲ ହୁଏ। ଧୂପର ସୁଗନ୍ଧରେ ଅବସାଦ ଦୂର ହୋଇଯାଇଥାଏ। ଏପରି ଏକାଧିକ ଫାଇଦା ରହିଛି।

ଅପରପକ୍ଷେ ଧୂପ ଧୂଆଁ କାରଣରୁ ବହୁ ସମସ୍ୟା ମଧ୍ୟ ହୋଇଥାଏ।

ସୁଗନ୍ଧିତ ଧୂପ ଜାଳିବା ବେଳେ ସାବଧାନତା ଅବଲମ୍ବନ ନକଲେ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ଥାଏ। ଯାହା ଆପଣଙ୍କୁ ବେମାରରେ ପକାଇବା ସହ ମୃତ୍ୟୁର ବି କାରଣ ହୋଇପାରେ। ବିଶେଷତଃ ଘରେ ଥିବା ସାନ ସାନ ପିଲାଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ।

ଆସନ୍ତୁ ଜାଣିବା ଧୂପ ଜାଳିବା ଦ୍ୱାରା କେଉଁ ପ୍ରକାର କ୍ଷତି ହୋଇଥାଏ।

lifestyle୧. ଧୂପକାଠି ଜାଳିଲେ କାର୍ବନ ଡାଇଅକ୍ସାଇଡ, କାର୍ବନ ମନୋଅକ୍ସାଇଡ, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ ଓ ସଲଫର୍‌ ଡାଇଅକ୍ସାଇଡ ଉତ୍ପନ୍ନ ହୋଇଥାଏ। ଯାହା କିଛି ନା କିଛି କାରଣରୁ ଆମ ଶରୀର ପାଇଁ ବିଷାକ୍ତ ହୋଇଥାଏ।

lifestyle୨. ଧୂପ ଜାଳିବା ପରେ ଏହାର ଅବଶେଷ ଭାବେ ଯେଉଁ ସରୁ ପାଉଁଶ ରହିଯାଏ, ତାହା ଆପଣଙ୍କୁ ଶ୍ୱାସଜନିତ ସମସ୍ୟାରେ ପକାଇ ପାରେ।

lifestyle୩. ଆଜିକାଲି ଧୂପରେ ପ୍ରାକୃତିକ ଦ୍ରବ୍ୟ ବଦଳରେ ସିନ୍ଥେଟିକ୍‌ ରାସାୟନିକ ଦ୍ରବ୍ୟର ବହୁଳ ବ୍ୟବହାର କରାଯାଉଛି। ଯାହା ଜଳିବା ପରେ ତା’ର ବିଷାକ୍ତ ଅବଶେଷ ଘରର ପରିବେଶରେ ଛାଡ଼ିଯାଇଥାଏ। ତେଣୁ ଯଦି ଆପଣ ଶ୍ୱାସ ସମସ୍ୟାରେ ପୀଡ଼ିତ ଅଛିନ୍ତି କିମ୍ବା ହୃଦଜନିତ ସମସ୍ୟା ଦେଇ ଗତି କରୁଛନ୍ତି ତେବେ କେବେ ବି ଭୁଲରେ ଘରେ ଧୂପକାଠି ଜଳାନ୍ତୁ ନାହିଁ। ଏହା ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।



from Odisha Reporter https://ift.tt/2pgCqSD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages