୩୦ରୁ ୪୦ ଟଙ୍କାରେ ପେଟ୍ରୋଲ ଡିଜେଲ ବିକ୍ରି କରିବେ ରାମଦେବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

୩୦ରୁ ୪୦ ଟଙ୍କାରେ ପେଟ୍ରୋଲ ଡିଜେଲ ବିକ୍ରି କରିବେ ରାମଦେବ !

ramdev-baba

ନୂଆଦିଲ୍ଲୀ: ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବେଲଗାମ ହେଉଛି। ଏନେଇ ଯୋଗଗୁରୁ ରାମଦେବ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି କରିବା ପାଇଁ ସରକାରଙ୍କୁ ଅନୁମତି ମାଗିଛନ୍ତି।  ଯେଉଁସବୁ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କାରେ ବିକ୍ରି ହେଉଛି, ଦେଶର ସେ ସବୁ ସ୍ଥାନରେ ୩୦ରୁ ୪୦ ଟଙ୍କାରେ ବିକ୍ରି କରିବାକୁ ସରକାରଙ୍କୁ ଅନୁମତି ମାଗିଛନ୍ତି। ସରକାର ଅନୁମତି ଦେଲେ ସେ ଏହି  ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବେ ବୋଲି ସେ କହିଛନ୍ତି।

ପେଟ୍ରୋଲ ଓ ଡିଜେଲର ଜିଏସଟି ଟ୍ୟାକ୍ସକୁ ସର୍ବନିମ୍ନ ସ୍ଲାବ ୫ ପ୍ରତିଶତରେ ସୀମିତ ରଖିବା ଉଚିତ ବୋଲି ସେ କହିଛନ୍ତି।

ବାବା ରାମଦେବ ଆହୁରି କହିଛନ୍ତି,“ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଯୋଗୁଁ ସାଧାରଣ ଲୋକଙ୍କ ପକେଟରେ ପଇସା ରହୁନାହିଁ।  ୨୮ ପ୍ରତିଶତ ଜିଏସଟିରେ ପେଟ୍ରୋଲ ଓ ଡିଜେଲକୁ ସାମିଲ କରାଗଲେ,ସାଧାଣର ଲୋକଙ୍କୁ ଏହି ସଙ୍କଟରୁ ମୁକ୍ତି ମିଳିବ ନାହିଁ।

ଏନଡିଟିଭିର ଯୁବା କାର୍ଯ୍ୟକ୍ରମ ଅବସରରେ ପେଟ୍ରୋଲ ଓ ଡିଜେଲ ଦର କମ୍‌ କରିବା ପାଇଁ ରାମଦେବ  ବାବା କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସେ କହିଛନ୍ତି,“ ପେଟ୍ରୋଲ ଓ ଡିଜେଲ ଦର କମ୍‌ ଯୋଗୁ ଯଦି ସରକାରଙ୍କ ରାଜସ୍ୱରେ କ୍ଷତି ହେଉଛି, ତାହାହେଲେ ଏହି କ୍ଷତିକୁ ପୂରଣ କରିବାକୁ ଦେଶର ଧନୀ ଲୋକଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଯାଉ।”

ସୌଜନ୍ୟ: ଆଜତକ୍



from Odisha Reporter https://ift.tt/2xsirnG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages