
ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ତୈଳଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକା ସରକାର ରାଜ୍ୟବାସୀଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରିଛନ୍ତି। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆଜି ତୈଳଦର ଉପରେ ଦୁଇ ଟଙ୍କା ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ଆଜି ମଧ୍ୟରାତ୍ରରୁ ଏହି ରିହାତି ଲାଗୁ ହେବ ବୋଲି ସେ କହିଛନ୍ତି। ଆଜି କର୍ଣ୍ଣାଟକାରେ ପେଟ୍ରୋଲର ଲିଟର୍ ପିଛା ଦର ୮୪ ଟଙ୍କା ଥିବା ବେଳେ ଡିଜେଲ୍ ଦର ୭୬ ଟଙ୍କା ରହିଛି।
ବର୍ଦ୍ଧିତ ଦରକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ସରକାରମାନେ ତୈଳଦର ଉପରେ ସଂଗ୍ରହ କରୁଥିବା ଟିକସକୁ ହ୍ରାସ କରିବାକୁ ଉଦ୍ୟମ କରିଛନ୍ତି। କର୍ଣ୍ଣାଟକା ସରକାରଙ୍କ ପୂର୍ବରୁ ରାଜସ୍ଥାନର ସରକାର ତୈଳଦର ଉପରୁ ୪% ଭ୍ୟାଟ୍ ହ୍ରାସ କରିଥିବା ବେଳେ ପଶ୍ଚିମବଙ୍ଗ ସରକାର ୧ ଟଙ୍କା ଏବଂ ଆନ୍ଧ୍ରପ୍ରଦେଶ ସରକାର ପେଟ୍ରୋଲ ଏବଂ ଡିଜେଲ ଦର ୨ ଟଙ୍କା ହ୍ରାସ କରିଥିଲେ।
ଅନ୍ୟପକ୍ଷରେ ଆଜି ପୁଣିଥରେ ବିଭିନ୍ନ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି କରାଯାଇଛି। ଆଜି ମୁମ୍ବାଇରେ ପେଟ୍ରୋଲ୍ର ଲିଟର୍ ପିଛାଦର ୮୯.୪୪ ଟଙ୍କା ଥିବା ବେଳେ ଡିଜେଲ୍ ଲିଟର୍ ପିଛା ୭୮.୩୩ ଟଙ୍କାରେ ବିକ୍ରି ହେଉଛି।ମହାରାଷ୍ଟ୍ରର 11ଟି ସହରରେ ପେଟ୍ରୋଲର ଲିଟର ପିଛା ଡର 90 ଟଙ୍କାରୁ ଉର୍ଦ୍ଧ୍ବରେ ରହିଛି। ପରଭାନି ସହରରେ ଆଜି ପେଟ୍ରୋଲ ଲିଟର ପିଛା 91 ଟଙ୍କା 25 ପଇସାରେ ବିକ୍ରି ହେଉଛି।
ଦିଲ୍ଲୀରେ ପେଟ୍ରୋଲର ଲିଟର୍ ପିଛା ଦର ୧୫ ପଇସା ବଢ଼ିଥିବା ବେଳେ ଡିଜେଲ୍ ଦର ୬ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର୍ ପିଛାଦର ୮୨.୦୬ ଟଙ୍କା ହୋଇଥିବା ବେଳେ ଡିଜେଲ୍ର ଲିଟର୍ ପିଛା ଦର ୭୩.୭୮ ଟଙ୍କା ରହିଛି।
ଭୁବନେଶ୍ୱରେ ପେଟ୍ରୋଲରର ଲିଟର୍ ପିଛା ଦର ୮୦.୯୩ ଟଙ୍କା ଓ ଡିଜେଲ୍ର ଲିଟର୍ ପିଛା ଦର ୭୯.୨୦ ଟଙ୍କା ରହିଛି।
ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍ ଦର ଆକାଶ ଛୁଆଁ ହୋଇଥିଲେ ହେଁ କ୍ଷମତାସୀନ ବିଜେଡି ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ତୈଳଦର ଉପରେ ଲାଗୁ କରୁଥିବା ଭ୍ୟାଟ୍ ହ୍ରାସ କରିବା ନେଇ କୌଣସି ଘୋଷଣା କରୁନାହାନ୍ତି। କେବଳ କେନ୍ଦ୍ର ସରକାରଙ୍କ କୋର୍ଟଙ୍କୁ ବଲ୍ ଫିଙ୍ଗି ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାରେ ଲାଗିଛନ୍ତି।
from Odisha Reporter https://ift.tt/2xgqogn
No comments:
Post a Comment