
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଜି ରାଉତ। ଭାରତର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ। ଯିଏ ଇଂରେଜମାନଙ୍କୁ ଦିନେ ଡଙ୍ଗାପାର୍ କରାଇ ଦେଇ ନ ଥିଲେ ଆଉ ସହୀଦ୍ ହୋଇଥିଲେ ପୁଲିସ୍ ଗୁଳିରେ।
୧୨ ବର୍ଷ ବୟସରୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ବାଜି ରାଉତଙ୍କ କଥା ପୁଣି ଥରେ ମନେ ପକାଇ ଦେବାକୁ ଛୋଟିଆ ପ୍ରୟାସ କରିନ୍ତି ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଛାତ୍ରୀଛାତ୍ର। ଏହି ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତୀରେ କ୍ଷୁଦ୍ର ଚଳଚ୍ଚିତ୍ର “Baji Rout India’s Youngest Freedom Fighter” ନିର୍ମାଣ କରିଛନ୍ତି ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ। ଫିଲ୍ମଟି ହିନ୍ଦୀ ଭାଷାରେ ତିଆରି ହୋଇଥିବା ବେଳେ ଏହା ସମଗ୍ର ଦେଶରେ ଆଦୃତ ହେବ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ।
ଫିଲ୍ମରେ ବାଜି ରାଉତଙ୍କ କାହାଣୀ, ତାଙ୍କ ବଳିଦାନକୁ ନେଇ ଚିତ୍ରଣ କରାଯାଇଛି।
ସୂଚନାଯୋଗ୍ୟ, ୧୯୩୮ ମସିହାର ପ୍ରଜାମଣ୍ଡଳ ଆନ୍ଦୋଳନ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସହ ବିଟ୍ରିଶ ଶାସନର କିଛି ଚିତ୍ରକୁ ମଧ୍ୟ ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଛି।
ପ୍ରାୟ ଏକ ମାସ ମଧ୍ୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ କଟକ ମହାନଦୀ ପଠାରେ ସୁଟିଂ ହୋଇଛି। ଗତ ସପ୍ତାହରେ ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ଏଯାଏ ୪ ହଜାରରୁ ଅଧିକ ଦର୍ଶକ ଦେଖି ସାରିଲେଣି।
from Odisha Reporter https://ift.tt/2Oh80ht
No comments:
Post a Comment