ଟ୍ରମ୍ପ୍‌ଙ୍କ ଫଟୋ ପୂଜା କରୁଛନ୍ତି ଭାରତୀୟ ଯୁବକ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଟ୍ରମ୍ପ୍‌ଙ୍କ ଫଟୋ ପୂଜା କରୁଛନ୍ତି ଭାରତୀୟ ଯୁବକ, ଭିଡିଓ ଭାଇରାଲ୍‌

trump3

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ସଂସ୍କୃତିରେ ଅନେକ ଦେବଦେବୀଙ୍କୁ ପୂଜା କରାଯାଏ। ସମାଜରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ତାଙ୍କ ପ୍ରଶଂସକ ବା ଅନୁଗାମୀମାନେ ମଧ୍ୟ ପୂଜା କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଭାରତରେ ଠାକୁରଙ୍କ ଭଳି ପୂଜା କରାଯାଉଥିବା ଶୁଣିଲେ, ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ।

କିନ୍ତୁ ଏହା ସତ ଯେ ତେଲେଙ୍ଗାନାର ଜଣେ ଯୁବକ ଟ୍ରମ୍ପଙ୍କ ଫଟୋ ଏକ ଖଟୁଳିରେ ରଖି ସେଥିରେ ସିନ୍ଦୁର ଓ ଚନ୍ଦନ ଦେଉଛନ୍ତି ଏବଂ ତାଙ୍କୁ ଭଗବାନଙ୍କ ଭଳି ପୂଜା କରୁଛନ୍ତି। ଏହାର ଭିଡିଓ ସୋଶାଲ୍ ମିଡିଆରେ ଏବେ ଭାଇରାଲ୍‌ ହୋଇଛି।

ଟ୍ରମ୍ପଙ୍କ ଫଟୋକୁ ପୂଜା କରୁଥିବା ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ତେଲେଙ୍ଗାନା ଜନଗାଓଁ ଜିଲ୍ଲାର ୩୧ବର୍ଷ ବୟସ୍କ ଯୁବକ କ୍ରିଷ୍ଣା। ସେ ବୃତ୍ତିରେ ଜଣେ କୃଷକ।

କ୍ରିଷ୍ଣା ଟ୍ରମ୍ପଙ୍କୁ ଏପରି ପୂଜା କରିବାର କାରଣ ଶୁଣିଲେ ବି ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ। ଗତବର୍ଷ ଫେବୃଆରୀରେ ତେଲେଙ୍ଗାନାର ସଫ୍ଟୱେୟାର୍‌ ଇଞ୍ଜିନିୟର୍‌ ଶ୍ରୀନିବାସ କୁଚିଭୋଲ୍‌ଟାଙ୍କୁ ଆମେରିକାର ଜଣେ ନୌସେନା ଅଧିକାରୀ ଏକ ଅପରାଧ ପାଇଁ ହତ୍ୟା କରିଥିଲେ।

ତେବେ ଶ୍ରୀନିବାସଙ୍କୁ ହତ୍ୟା ଘଟଣା କ୍ରିଷ୍ଣାଙ୍କୁ ମାନସିକ ଭାବେ ଆଘାତ ଦେଇଥିଲା। ଏହାପରେ ଆମେରିକାବାସୀ ଓ ଏହାର ରାଷ୍ଟ୍ରପତିଙ୍କୁ ଭାରତୀୟମାନଙ୍କ ମହାନତା ସମ୍ପର୍କରେ ସୂଚନା ଦେବାକୁ ଯାଇ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ପୂଜା କରିବା ପାଇଁ କ୍ରିଷ୍ଣା ନିଷ୍ପତ୍ତି ନେଇଥିଲେ। କ୍ରିଷ୍ଣାଙ୍କ ଯୁକ୍ତି ଥିଲା ଯେ ଅନ୍ୟର ଉଗ୍ର ମାନସିକତାକୁ ଦୂର କରିବାର ଏକମାତ୍ର ରାସ୍ତା, ସ୍ନେହ ଏବଂ ପ୍ରେମ ଦ୍ୱାରା ତାଙ୍କୁ ବୁଝାଇବା। ଏପରି ଭାବନା ନେଇ କ୍ରିଷ୍ଣା ସେବେଠାରୁ ଟ୍ରମ୍ପଙ୍କ ଫଟୋକୁ ପୂଜା କରି ଆସୁଛନ୍ତି।trump2

କ୍ରିଷ୍ଣାଙ୍କ ସହିତ ତାଙ୍କ ପରିବାର ମଧ୍ୟ ଟ୍ରମ୍ପ୍‌ଙ୍କୁ ପୂଜା କରିଥା’ନ୍ତି। କ୍ରିଷ୍ଣା ଯେକୌଣସି କାର୍ଯ୍ୟ କରୁଥିବାବେଳେ ଟ୍ରମ୍ପ୍‌ଙ୍କ ଫଟୋ ତାଙ୍କ ଆଗରେ ରଖୁଛନ୍ତି। ଏପରିକି ସେ କ୍ଷେତକୁ ଚାଷ କରିବାକୁ ଗଲେ ମଧ୍ୟ ଟ୍ରମ୍ପଙ୍କ ଫଟୋ ସାଙ୍ଗରେ ନେଇ ଯା’ନ୍ତି।

ତେବେ ବିଡ଼ମ୍ୱନା ବିଷୟ ହେଉଛି, କ୍ରିଷ୍ଣାଙ୍କୁ ଟ୍ରମ୍ପ୍‌ଙ୍କ ସମ୍ପର୍କରେ ସେପରି ବିଶେଷ କିଛି ଜଣାନାହିଁ। ସେ କେବଳ ଏତିକି ଜାଣିଛନ୍ତି, ଟ୍ରମ୍ପ୍‌ ଜଣେ ମଜବୁତ୍‌ ଏବଂ ଅଜେୟ ନେତା। କ୍ରିଷ୍ଣାଙ୍କୁ ଟ୍ରମ୍ପ୍‌ଙ୍କ ସାହାସୀ ଆଚରଣ ବେଶ୍‌ ପ୍ରଭାବିତ କରିଛି। ଏହାର କାରଣ, ଟ୍ରମ୍ପ୍‌ ପୂର୍ବରୁ ବିଶ୍ୱ ରେସ୍‌ଲିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଏହି କାରଣରୁ ସେ ଖୁବ୍ ଶକ୍ତିଶାଳୀ ବୋଲି କ୍ରିଷ୍ଣା ଭାବିଛନ୍ତି।

କ୍ରିଷ୍ଣା ନିୟମିତ ତାଙ୍କ ଫେସ୍‌ବୁକ୍‌ ପେଜ୍‌ ‘କ୍ରିଷ୍ଣା ରାଜ୍‌’ରେ ଟ୍ରମ୍ପ୍‌ଙ୍କ ପୂଜା କରାଯାଇଥିବା ଫଟୋକୁ ପୋଷ୍ଟ କରିଥା’ନ୍ତି। ଏପରିକି ଦିନେ ନା ଦିନେ ଟ୍ରମ୍ପ ତାଙ୍କୁ ଗାଁରେ ଆସି ନିଶ୍ଚୟ ଭେଟିବେ ବୋଲି କ୍ରିଷ୍ଣା ଆଶା ବାନ୍ଧିଛନ୍ତି।ଟ୍ରମ୍ପ୍‌ଙ୍କ ପ୍ରତି ଥିବା କ୍ରିଷ୍ଣାଙ୍କର ଏହି ଭକ୍ତିକୁ କେହି କେହି ଗମ୍ଭୀରତାର ସହ ନେଉଥିବା ବେଳେ ଆଉ କେହି ତାଙ୍କୁ ପାଗଳ ବୋଲି କହୁଛନ୍ତି।

ତେବେ କ୍ରିଷ୍ଣାଙ୍କ କହିବା ଅନୁଯାୟୀ,୧୯ ଜୁନ୍‌ରେ ତାଙ୍କ ପାଖକୁ ଟ୍ୱିଟର୍‌ରେ ଟ୍ରମ୍ପ୍‌ଙ୍କ ମେସେଜ୍‌ ଆସିଥିଲା। ସେଥିରେ ଲେଖାଥିଲା, “ଭାରତରେ ଥିବା କ୍ରିଷ୍ଣା ମୋର ବହୁତ ଅନ୍ତରଙ୍ଗ ସାଙ୍ଗ। କୋଟି କୋଟି ଭାରତୀୟଙ୍କ ମଧ୍ୟରେ ସେ ମୋର ବହୁତ ପସନ୍ଦ। ତାଙ୍କୁ ମୋ’ର ଏହି ଫଟୋଟିକୁ ପଠାଇ ମୁଁ ଖୁସି ଏବଂ ବହୁତ୍‌ ଶୀଘ୍ର ମୁଁ କ୍ରିଷ୍ଣାକୁ ଦେଖା କରିବି। “trump1

ଟ୍ରମ୍ପଙ୍କଠାରୁ ଟ୍ୱିଟର୍‌ରେ ମେସେଜ୍‌ ପାଇ କ୍ରିଷ୍ଣା ଖୁବ୍‌ ଖୁସି ଅଛନ୍ତି ଏବଂ ଟ୍ରମ୍ପ୍‌ ଭାରତ ଆସିଲେ, ତାଙ୍କୁ ନିଶ୍ଟୟ ମନେ ପକାଇବେ ବୋଲି ଆଶା ବାନ୍ଧିଛନ୍ତି।



from Odisha Reporter https://ift.tt/2zFx5dM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages