
ଭଦୋଦରା: ଭାରତୀୟ ଖେଳାଳିମାନେ ଏସିଆନ୍ ଗେମ୍ସରେ ଦେଶ ପାଇଁ ଯେଉଁଭଳି ପଦକ ଜିତିଲେ ଗୁଜରାଟ୍ର ଜଣେ ୬୮ ବର୍ଷୀୟ ବ୍ୟକ୍ତି ମଧ୍ୟ ସେହିଭଳି ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ସେ କେବଳ ପଦକ ନୁହେଁ, ବରଂ ସ୍ୱର୍ଣ୍ଣ ପଦକ ଜିତିବାକୁ ପଣ କରିଛନ୍ତି।
ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଥିବା ୱାଲର୍ଡ ମାଷ୍ଟରସ୍ ଆଥଲେଟିକ୍ସ ଚାମ୍ପିୟନ୍ଶିପ୍ ବା ୱାଲର୍ଡ ଭେଟରାନ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ଶିପ୍ରେ ଭାଗନେବେ ୬୮ ବର୍ଷୀୟ ମହେନ୍ଦ୍ର ପଟେଲ୍। ଏହି ଚାମ୍ପିୟନ୍ଶିପ୍ ୮ରୁ ୨୦ ତାରଖ ଯାଏ ସ୍ପେନ୍ରେ ଚାଲିବ।
ପଟେଲ୍ କହିଛନ୍ତି, “ଏସିଆନ୍ ଗେମ୍ସରେ ଭାରତୀୟ ଆଥ୍ଲେଟ୍ମାନେ ଜବରଦସ୍ତ ପ୍ରଦର୍ଶନ କରି ମେଡାଲ ପରେ ମେଡାଲ୍ ଜିତିଛନ୍ତି। ଆଶା କରୁଛି, ମାଷ୍ଟରସ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ଶିପ୍ରେ ମଧ୍ୟ ଏହି ଧାରା ଜାରି ରହିବ। ଏବେ ମୁଁ ଚାମ୍ପିୟନ୍ଶିପ୍ ପାଇଁ ଜୋରଦାର ଅଭ୍ୟାସ କରୁଛି। ପଦକ ଜିତିବା ମୋର ଏକମାତ୍ର ଲକ୍ଷ୍ୟ।”
ଭାରତୀୟ ବାୟୁସେନାର ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପଟେଲ୍ ଚାମ୍ପିୟନ୍ଶିପ୍ର ଲଙ୍ଗ ଜମ୍ପ, ଜାଭେଲିନ୍ ଓ ୨୦୦ ମିଟର୍ ଟ୍ରାକ୍ ଇଭେଣ୍ଟ୍ରେ ଭାଗନେବେ। ଏହି ଇଭେଣ୍ଟ୍ରେ ୩୫ ବର୍ଷରୁ ଅଧିକ ବୟସ୍କ ଆଥଲେଟ୍ମାନେ ଭାଗ ନେଇଥାଆନ୍ତି।
ପଟେଲ୍ ଫେବୃଆରୀ ମାସରେ ବେଙ୍ଗାଲୁରୁଠାରେ ହୋଇଥିବା ଜାତୀୟ ମାଷ୍ଟରସ୍ ଆଥ୍ଲେଟିକ୍ସ୍ ଚାମ୍ପିୟନ୍ଶିପ୍ରେ ଭାଗ ନେଇ ବିଜୟୀ ହୋଇଥିଲେ। ଏଥିପାଇଁ ସେ ସିଧାସଳଖ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ୍ ଚାମ୍ପିୟନ୍ଶିପ୍ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଥିଲେ।
ଶ୍ରୀ ପଟେଲ୍ ୨୦୧୫ରୁ ବିଶ୍ୱ ଚାମ୍ପିୟନ୍ଶିପ୍ରେ ଭାଗ ନେଉଛନ୍ତି। ୨୦୧୫ ଅଷ୍ଟ୍ରେଲିଆ ମାଷ୍ଟରସ୍ ଗେମ୍ସରେ ଶ୍ରୀ ପଟେଲ୍ ଜାଭେଲିନ୍ରେ ସ୍ୱର୍ଣ୍ଣ, ଶଟ୍ପୁଟ୍ରେ ରୌପ୍ୟ ଓ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଥିଲେ। ଏଥର ପଟେଲ୍ ଲଙ୍ଗ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।
ସେ କହିଛନ୍ତି, ଏହି ଚାମ୍ପିୟନ୍ଶିପ୍ରେ ୧୦୦ଟି ଦେଶରୁ ବରିଷ୍ଠ ଆଥ୍ଲେଟ୍ମାନେ ଭାଗ ନେବେ। କିନ୍ତୁ ସେମାନଙ୍କୁ ଟକ୍ସର ଦେବାକୁ ସେ ପ୍ରସ୍ତୁତ।
from Odisha Reporter https://ift.tt/2wEt5bw
No comments:
Post a Comment