ଓଭାଲ୍ ଟେଷ୍ଟ୍‌ ପରେ କ୍ରିକେଟକୁ ବାଏ ବାଏ କହିବେ କୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଓଭାଲ୍ ଟେଷ୍ଟ୍‌ ପରେ କ୍ରିକେଟକୁ ବାଏ ବାଏ କହିବେ କୁକ୍‌

ଲଣ୍ଡନ୍‌: ଟିମ୍‌ ଇଂଲଣ୍ଡର ଟେଷ୍ଟ୍‌ ଓପନର୍‌ ତଥା ପୂର୍ବତନ ଅଧିନାୟକ ଆଲିଷ୍ଟର୍‌ କୁକ୍‌ ଭାରତ ବିପକ୍ଷ ଶେଷ ତଥା ଓଭାଲ୍‌ଠାରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ୍‌ ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଆଜି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂଯୋଗବଶତଃ କୁକ୍‌ ୨୦୦୬ ଭାରତ ବିପକ୍ଷ ନାଗପୁର ମ୍ୟାଚ୍‌ରେ ହିଁ  ନିଜର ଅନ୍ତର୍ଜାତୀୟ ଟେଷ୍ଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। 

ତାରିଖରୁ ଓଭାଲ ଠାରେ ଆରମ୍ଭ ହେବାକୁ ଥିବା ଟେଷ୍ଟ କୁକ୍‌ଙ୍କ ୧୬୧ ତମ ଟେଷ୍ଟ୍‌ ମ୍ୟାଚ୍‌ ହେବ। କୁକ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେବାର ରେକର୍ଡ ନିଜ ନାଁରେ ରଖିଛନ୍ତି। ସେ ୧୬୦ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି ୪୪.୮୮ ହାରରେ ୧୨,୨୫୪ ରନ୍‌ କରିଛନ୍ତି। ଏଥିରେ ୩୨ଟି ଶତକ ଓ ୫୬ଟି ଅର୍ଦ୍ଧଶତକ ରହିଛି।

ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ କୁକ୍‌ ଇଂଲଣ୍ଡ ଲାୟନ୍ସ ଓ ଭାରତ-ଏ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ୧୮୦ ରନ୍‌ର ଇନିଂସ୍‌ ଖେଳିଥିଲେ। କିନ୍ତୁ ଭାରତ ବିପକ୍ଷ ୪ଟି ଟେଷ୍ଟ୍‌ରେ ସେ ମାତ୍ର ୧୦୯ ରନ୍‌ କରିପାରିଛନ୍ତି।

୨୦୧୨ରେ ଇଂଲଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ହୋଇଥିବା କୁକ୍‌ ୨୦୧୭ ଫେବୃଆରୀ ମାସ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲେ। କୁକ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ୨୦୧୩ ଓ ୨୦୧୫ରେ ଐତିହାସିକ ଆଶେସ୍‌ ସିରିଜ୍‌ ଜିତିଥିଲା। ସେହିପରି ଭାରତ ଓ ଦକ୍ଷିଣ ଆଫ୍ରିକାରେ ସିରିଜ୍‌ ଜିତିବା ରେକର୍ଡ ମଧ୍ୟ କୁକ୍‌ଙ୍କ ନାଁରେ ରହିଛି।

ଆଜି ଯାଏ କୁକ୍‌ ଦିନିକିଆ ମ୍ୟାଚରୁ ନିଜର ଅବସର ଘୋଷଣା କରି ନଥିଲେ ହେଁ ସେ ଶେଷଥର ୨୦୧୪ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ଖେଳିଥିଲେ। ୨୦୧୦-୨୦୧୪ ମଧ୍ୟରେ କୁକ୍‌ ୬୯ ଥର ଇଂଲଣ୍ଡ ଦିନିକିଆ ଟିମ୍‌ର ନେତୃତ୍ୱ ନେଇଥିଲେ। ସେ ୯୨ଟି ଦିନିକିଆ ମ୍ୟାଚ୍‌ ଖେଳି ୩୬.୪୦ ହାରରେ ୩୨୦୪ ରନ୍‌ କରିଛନ୍ତି। ଏଥିରେ ୫ଟି ଶତକ ଓ ୧୯ଟି ଅର୍ଦ୍ଧଶତକ ରହିଛି।



from Odisha Reporter https://ift.tt/2CeNXve

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages