ଅମାନିଆ ତୁଣ୍ଡ ପାଇଁ ଅଡ଼ୁଆରେ ମହାରଥୀ : ମନ୍ତ୍ରୀଙ୍କ ଘରେ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଅମାନିଆ ତୁଣ୍ଡ ପାଇଁ ଅଡ଼ୁଆରେ ମହାରଥୀ : ମନ୍ତ୍ରୀଙ୍କ ଘରେ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ

maharathi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମାନିଆ ତୁଣ୍ଡକୁ ନେଇ ପୁଣି ଅଡ଼ୁଆରେ ମନ୍ତ୍ରୀ ପ୍ରଦୀପ ମହାରଥୀ। ବିଜେପି ବିଧାୟିକାଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇ ଦିନେ ହରଡ଼ଘଣାରେ ଫସିଥିବା ମହାରଥୀ ଏଥର ପିପିଲି ଅଞ୍ଚଳର ମହିଳାଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ନେଇ ଦେଖାଦେଇଛି ମହାଭାରତ। ତାଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେପି । ମନ୍ତ୍ରୀଙ୍କ ଘରେ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି ଦଳୀୟ କର୍ମୀ।

ପିପିଲି ଥାନାରେ ବି ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛି ମହିଳା ମୋର୍ଚ୍ଚା। ତେବେ ସେ କୌଣସି ଭୁଲ୍ କଥା କହି ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି ମହାରଥୀ। ଏହି ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ମହିଳା ମୋର୍ଚ୍ଚା ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହାରଥୀଙ୍କ ସରକାରୀ ବାସଭବନରେ ଧସେଇ ପଶିବା ଲାଗି ମହିଳା ମୋର୍ଚ୍ଚା ଉଦ୍ୟମ କରିଥିଲା।

ବିଜେପିର ଅଭିଯୋଗ ମହାରଥୀଙ୍କ ଘରେ ବୋଧେ ସବୁ ଠିକ୍ ନାହିଁ ଓ ଏଥିରେ ଅତିଷ୍ଠ ହୋଇ ମନ୍ତ୍ରୀ ମହିଳାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏ ବିଷୟରେ ମହାରଥୀଙ୍କ ଅଧ୍ୟାପିକା ପତ୍ନୀଙ୍କ ମତାମତ ନେବା ଓ ମହିଳାଙ୍କ ସମ୍ମାନ ରକ୍ଷା ଲାଗି ଆଗେଇ ଆସିବାକୁ ଆହ୍ୱାନ୍‌ ଦେଇ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଆଜି ମହାରଥୀଙ୍କ ବାସଭବନକୁ ଯାଇଥିଲେ । ତେବେ ପୋଲିସ ଅନୁମତି ନଦେବାରୁ ଧସ୍ତାଧସ୍ତି ହୋଇଥିଲା ।

ମହାରଥୀଙ୍କ ବିରୋଧରେ ଏଭଳି ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ନେଇ ବିବାଦୀୟ ହୋଇ ପଡ଼ିଥିଲେ ମହାରଥୀ  । ସେ ସମୟରେ ରାଜରାସ୍ତାରୁ ନେଇ ବିଧାନସଭା ଯାଏଁ ତୁମ୍ବି ତୋଫାନ ହେବା ପରେ କ୍ଷମା ମାଗିଥିଲେ ମହାରଥୀ।

ତେବେ ଏଥର ସେ କୌଣସି ଭୁଲ୍ କରି ନାହାଁନ୍ତି , ତେଣୁ କ୍ଷମା ମାଗିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି ମନ୍ତ୍ରୀ । ପୂର୍ବରୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟଙ୍କୁ ଆକ୍ଷେପ କରି ଅଙ୍ଗନବାଡି ମନ୍ତବ୍ୟ ଓ ବ୍ରାହ୍ମଣଙ୍କ ସଂପର୍କରେ ମନ୍ତବ୍ୟକୁ ନେଇ ସେତେବେଳେର କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ପଦ ହରାଇବାକୁ ପଡିଥିଲା । ତେବେ ଏଥର ମହାରଥୀଙ୍କ ବିରୋଧରେ ଦଳ ସୁପ୍ରିମୋ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  ଏବେ ତା’ ଉପରେ ରହିଛି ନଜର।



from Odisha Reporter https://ift.tt/2OcOG4N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages