ଘରେ କେଉଁ ଭାଷାରେ କଥା ହୁଅନ୍ତି ବିଗ୍‌ ବି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ଘରେ କେଉଁ ଭାଷାରେ କଥା ହୁଅନ୍ତି ବିଗ୍‌ ବି?

amitav

ମୁମ୍ବାଇ (ଓଡ଼ିଶା ରିପୋର୍ଟର୍‌): ଲୋକପ୍ରିୟ ଗେମ୍‌ ଶୋ’ ‘କୌନ୍‌ ବନେଗା କରୋଡ୍‌ପତି’ର ଦଶମ ସିଜିନ୍‌ ଆଜିଠୁ ଆରମ୍ଭ ହେବ।  ସାଧାରଣ ଲୋକଙ୍କୁ କୋଟିପତି କରୁଥିବା ଏହି ଶୋ’  ଆହୁରି ଅନେକ କଥା ପାଇଁ ଲୋକପ୍ରିୟତା ହାସଲ କରିଛି।

ଏଥିରେ ଅମିତାଭ ବଚ୍ଚନ ଶୁଦ୍ଧ ହିନ୍ଦୀ କହନ୍ତି। ସେଥିପାଇଁ ବି ଏ ଶୋ’କୁ ପ୍ରଶଂସା କରାଯାଏ। ତେବେ ଅମିତାଭ କ’ଣ ଘରେ ବି କେବଳ ଶୁଦ୍ଧ ହିନ୍ଦୀରେ କଥା ହୁଅନ୍ତି ନା ଅନ୍ୟ କୌଣସି ଭାଷା ବ୍ୟବହାର କରନ୍ତି। ଏ ପ୍ରଶ୍ନ ବେଳେ ବେଳେ ଆପଣଙ୍କ ମନକୁ ଆସିଥାଇପାରେ। ତା’ହେଲେ ଜାଣି ନିଅନ୍ତୁ ଖୋଦ୍ ଅମିତାଭ ଏନେଇ କ’ଣ କହିଛନ୍ତି।

ନିକଟରେ ତାଙ୍କୁ ହିନ୍ଦୀ ଭାଷା ସଂପର୍କରେ କିଛି ପ୍ରଶ୍ନ କରାଯାଇଥିଲା। ସେଥିରୁ ଗୋଟିଏ ପ୍ରଶ୍ନ ଥିଲା- ସେ ଘରେ କେଉଁ ଭାଷାରେ କଥା ହୁଅନ୍ତି?

ଏ ପ୍ରଶ୍ନ ଶୁଣିଲା ପରେ ଅମିତାଭ ଟିକେ ହସି କହିଥିଲେ,“ଆମେ ୟୁନିଭର୍ସାଲ୍‌ ଭାଷାରେ କଥା ହେଉ…। ଆମେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ କଥା ହେଉ। ଆମ ପରିବାରର କିଛି ସଦସ୍ୟ ଉତ୍ତର ଭାରତର। କିଛି ସଦସ୍ୟ ଦକ୍ଷିଣ ଭାରତ ଓ ପଶ୍ଚିମବଙ୍ଗର। ତେଣୁ ଆମେ ଘରେ ହିନ୍ଦୀ, ପଞ୍ଜାବୀ, ବଙ୍ଗାଳୀ ଓ ଅନ୍ୟ ଭାଷାରେ କଥା ହେଉ।’’

‘ନୂଆ ପିଢ଼ି ହିନ୍ଦୀ ଭାଷାକୁ କମ୍‌ ବ୍ୟବହାର କରୁଛି କି?’ ଏହି ପ୍ରଶ୍ନର ଉତ୍ତରରେ ଅମିତାଭ କହିଥିଲେ,‘ହଁ, ମୁଁ ଏଥିରେ ସହମତ। ଆଜିର ଯୁବ ପିଢ଼ି ହିନ୍ଦୀ ଭାଷାକୁ କମ୍ ବ୍ୟବହାର କରୁଛନ୍ତି। କିନ୍ତୁ ‘କେବିସି’ରେ ମୁଁ କାହାକୁ ବାଧ୍ୟ କରିପାରିବି ନାହିଁ। ଏହି ଶୋ’ରେ ହିନ୍ଦୀକୁ ଗୁରୁତ୍ୱ ଦିଆଯାଏ। ତେଣୁ ମୁଁ ହିନ୍ଦୀ କହେ। ଯଦି ଏହା ଯୁବ ପିଢ଼ିକୁ ପ୍ରେରଣା ଦେଉଛି, ତା’ହେଲେ ଏହା ବହୁତ ଭଲ କଥା।”

ସୂଚନା ଯୋଗ୍ୟ, ‘କୌନ ବନେଗା କରୋଡ୍‌ପତି’ ସେପ୍ଟେମ୍ବର ୩ ଅର୍ଥାତ୍‌ ଆଜିଠାରୁ ପ୍ରତି ସୋମବାରରୁ ଶୁକ୍ରବାର ରାତି ୯ଟାରେ ପ୍ରସାରିତ କରାଯିବ।



from Odisha Reporter https://ift.tt/2PwxcgH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages