
ସମ୍ବଲପୁର (ଓଡ଼ିଶା ରିପୋର୍ଟର): କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଘଣ୍ଟ ହେବ। ଏଥିପାଇଁ ଆଜି ଅପରାହ୍ନ ୪ଟାରେ ସମ୍ବଲପୁର ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ। ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇର ଲଗ୍ନ ସ୍ଥିର କରିବେ।
ସବୁ ବର୍ଷ ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଜନ୍ମାଷ୍ଟମୀ ପରେ ନନ୍ଦୋତ୍ସବ ଦିନ ନୂଆଖାଇ ପାଇଁ ଲଗ୍ନ ନିର୍ଘଣ୍ଟ ହୋଇଥାଏ। ଲଗ୍ନ ଅନୁସାରେ ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିର ନିର୍ଦ୍ଧାରିତ ସମୟରେ ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ। ଏହା ପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଲୋକେ ଘରେ ଘରେ ନୂଆ ଖାଆନ୍ତି।
from Odisha Reporter https://ift.tt/2oAlCG6
No comments:
Post a Comment