
ମୁମ୍ବାଇ: ଆପଣ ଶୀର୍ଷକକୁ ପଢ଼ି ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭାବୁଥିବେ, ଐଶ୍ୱର୍ଯ୍ୟା ଥାଉ ଥାଉ ଅଭିଷେକ ବଚ୍ଚନ୍ ପୁଣି ଆଉ କାହାକୁ ‘ନିକାହ୍’ (ବିବାହ) କଲେ। ତେବେ ଅନ୍ୟ କିଛି ଭାବନ୍ତୁ ନାହିଁ, କାରଣ ପ୍ରକୃତ କଥା କିଛି ଭିନ୍ନ।
ଫିଲ୍ମ ‘ଯୁବା’ ପରେ ୧୪ ବର୍ଷ ଧରି ନିର୍ମାତା ଅନୁରାଗ କାଶ୍ୟପଙ୍କ ସହ ଅଭିଷେକଙ୍କର ଅପଡ଼ ଥିଲା। ଏବେ ପୁରୁଣା ତିକ୍ତତାକୁ ଭୁଲି ଏ ଦୁହେଁ ଏକାଠି ହୋଇଛନ୍ତି। ଆଉ ଏହି ‘ପ୍ୟାଚ୍ଅପ୍’କୁ ନେଇ ଅଭିଷେକ ବଚ୍ଚନ ଏକଦମ୍ ଭାବପ୍ରବଣ ହୋଇ ପଡ଼ିଛନ୍ତି। ଅଭିଷେକ କହିଛନ୍ତି ଯେ ଅନୁରାଗଙ୍କ ସହ ଏକାଠି ହେବା ତାଙ୍କୁ ‘ନିକାହ୍’ ଭଳି ଅନୁଭବ ଦେଇଛି।
୨୦୦୪ ମସିହାରେ ରିଲିଜ୍ ହୋଇଥିବା ‘ଯୁବା’ର ନିର୍ମାଣ ବେଳେ ଅଭିଷେକଙ୍କ ସହ ଫିଲ୍ମର କାହାଣୀ ଲେଖକ ତଥା ନିର୍ମାତା ଅନୁରାଗ କାଶ୍ୟପଙ୍କ ମନାନ୍ତର ହୋଇଥିଲା।
ସେହି ମନାନ୍ତରକୁ ଏବେ ଅଭିଷେକ ‘ଇତିହାସ’ ଏବଂ ଏହାକୁ ସେ ପଛରେ ଛାଡ଼ି ଆସିଛନ୍ତି ବୋଲି କହିଛନ୍ତି।
ଫିଲ୍ମ ‘ଯୁବା’ରେ ଅଭିଷେକ ବଚ୍ଚନଙ୍କ ସହ ଅଜୟ ଦେବ୍ଗନ୍, ବିବେକ୍ ଓବରୟ, ଓମ୍ ପୁରୀ, କରିନା କପୁର୍, ରାନୀ ମୁଖାର୍ଜୀ ଓ ଈଶା ଦେଓଲ୍ ପ୍ରମୁଖ ଅଭିନୟ କରିଥିଲେ।
from Odisha Reporter https://ift.tt/2wYb1bJ
No comments:
Post a Comment