
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମବାୟ ମନ୍ତ୍ରୀ ମୁକୁତ ବିହାରୀ ବର୍ମା ଶନିବାର ଏକ ବିବାଦୀୟ ବିବୃତି ଦେଇଛନ୍ତି। ସେ କହିଛନ୍ତି, ସୁପ୍ରିମ୍ କୋର୍ଟ ଆମର, ଏଣୁ ରାମ ମନ୍ଦିର ଆମେ ଅଯୋଧ୍ୟାରେ ହିଁ ତିଆରି କରିବୁ। ବାରାଇଚ୍ଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତରେ ସେ ଏଭଳି କହିଛନ୍ତି।
ବର୍ମାଙ୍କୁ ମନ୍ଦିର ନିର୍ମାଣ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିନାହିଁ ବୋଲି ସାମ୍ବାଦିକମାନେ କହିବାରୁ ଏହାର ଉତ୍ତର ଦେବାକୁ ଯାଇ ଏପରି କହିଛନ୍ତି। ଖାଲି ସୁପ୍ରିମ୍ କୋର୍ଟ ନୁହେଁ. ନ୍ୟାୟପାଳିକା, ମନ୍ଦିର ଓ ଦେଶ ଆମର ହୋଇଥିବାରୁ ରାମ ମନ୍ଦିର ଅଯୋଧ୍ୟାରେ ଗଢାଇବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।
ବର୍ମାଙ୍କ ଏହି ଖାମଖିଆଲି ମନ୍ତବ୍ୟ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବିବୃତ୍ତିଟି ବିତର୍କ ମଧ୍ୟକୁ ଚାଲିଯିବା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପୁଣି ଘେରିଥିଲେ। ଫଳରେ ସେମାନଙ୍କୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ, “ମୋ କହିବାର ଅର୍ଥ ହେଲା ସୁପ୍ରିମ୍ କୋର୍ଟ ଦେଶର ଅଂଶବିଶେଷ ହୋଇଥିବାରୁ ତାହା ପ୍ରକାରାନ୍ତରେ ଆମର। ମୁଁ ସୁପ୍ରିମ୍ କୋର୍ଟଙ୍କୁ ଆମର କହି କିଛି ଭୁଲ୍ କରିନାହିଁ। ଏକଥା ସତ ଯେ, ମୁଁ ଅଯୋଧ୍ୟାରେ ରାମ ମନ୍ଦିର ହେବା ନେଇ ଆଶାବାଦୀ ଅଛି।
ସୂଚନାଯୋଗ୍ୟ, ସମବାୟ ମନ୍ତ୍ରୀ ବର୍ମା ବାରାଇଚ୍ରୁ ୪ ଥର ବିଧାୟକ ଭାବେ ଜିତିବା ପରେ ଏବେ ମନ୍ତ୍ରୀପଦ ପାଇଛନ୍ତି।
from Odisha Reporter https://ift.tt/2oSYZgd
No comments:
Post a Comment