ତୈଳ ବଜାରରେ ନିଆଁ, ରେକର୍ଡ ଭାଙ୍ଗିଲା ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ତୈଳ ବଜାରରେ ନିଆଁ, ରେକର୍ଡ ଭାଙ୍ଗିଲା ଦର

ନୂଆଦିଲ୍ଲୀ: ଦିନକୁ ଦିନ ତୈଳଦର ଅଣାୟତ୍ତ ହେବାରେ ଲାଗିଛି। ଆଜି ପୁଣି ପେଟ୍ରୋଲ ଦର ଦିଲ୍ଲୀରେ ଲିଟର୍ ପିଛା ୪୮ ପଇସା  ବୃଦ୍ଧି ଘଟିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୫୨ ପଇସା ବଢ଼ିଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର୍‌ ପିଛା ଦର ୭୯.୯୯ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ୍‌ର ଲିଟର୍‌ ପିଛା ଦର ୭୨.୦୭ ହୋଇଛି।
ମୁମ୍ବାଇରେ ପେଟ୍ରୋଲ ଦର ଲିଟର୍‌ ପିଛା ୮୭.୩୯ ଟଙ୍କା ଥିବା ବେଳେ ଡିଜେଲ୍‌ ଦର ଲିଟର୍‌ ପିଛା ଦାମରେ ୫୫ ପଇସା ବୃଦ୍ଧି ଘଟି ୭୬.୫୧ ଟଙ୍କାରେ ପହଞ୍ଚିଛି।
ଚେନ୍ନାଇରେ ପେଟ୍ରୋଲ ଦର ଲିଟର୍‌ ପିଛା ୮୩.୧୩ ଟଙ୍କା ଓ କୋଲକାତାରେ ଏହା ୮୨.୮୮ ଟଙ୍କା ରହିଛି। ଅଗଷ୍ଟ ୧୫ରୁ କ୍ରମାଗତ ଭାବେ ତୈଳଦର ବୃଦ୍ଧି ଘଟୁଥିବାରୁ ଏହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
 
ବର୍ଦ୍ଧିତ ତୈଳଦର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ଏହାକୁ ତାମିଲନାଡୁର ବିରୋଧୀ ଦଳ ଡିଏମ୍‌କେ ସମର୍ଥନ କରିଛି।
 
ତଥ୍ୟ ଅନୁସାରେ, କେନ୍ଦ୍ର ସରକାର ବର୍ତ୍ତମାନ ପେଟ୍ରୋଲରୁ ଲିଟର୍‌ ପିଛା ୧୯.୪୮ ଉତ୍ପାଦ ଶୁଳ୍କ ସଂଗ୍ରହ କରୁଥିବା ବେଳେ ଡିଜେଲ୍‌ ଉପରେ ଏହା ୧୫.୩୩ ଟଙ୍କା ରହିଛି। ଏହାବାଦ୍‌ ବିଭିନ୍ନ ରାଜ୍ୟଗୁଡ଼ିକ ତୈଳଦର ଉପରେ ଲାଗୁ କରୁଥିବା ଭ୍ୟାଟ୍‌ ଯୋଗୁ ପେଟ୍ରୋଲ ଓ ଡିଜେଲ୍‌ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି।
ମୁମ୍ବାଇରେ ସବୁଠାରୁ ଅଧିକ ଭ୍ୟାଟ୍‌ ଲଗାଯାଇଛି। ଏଠାରେ ପେଟ୍ରୋଲ ଉପରେ ସର୍ବାଧିକ ୩୯.୦୨ ଟଙ୍କାର ଭ୍ୟାଟ୍‌ ରହିଛି। ସେହିପରି ତେଲେଙ୍ଗାନାରେ ଡିଜେଲ୍‌ ଉପରେ ସର୍ବାଧିକ ୨୬% ଭ୍ୟାଟ୍‌ ଆଦାୟ ହେଉଛି।
ଅନ୍ୟପକ୍ଷରେ ଡଲାର୍ ତୁଳନାରେ ଟଙ୍କାର ମୂଳ୍ୟ ହ୍ରାସ ପାଇବା ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଉଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। 


from Odisha Reporter https://ift.tt/2CvZuX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages