
ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲ୍ପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକେଜ୍ ହେଉଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି।
ଆଖପାଖ ଅଂଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ରାସ୍ତାର ଉଭୟ ପାଖରେ ଶତାଧିକ ଗାଡି ଅଟକି ରହିଛି। ଫଳରେ ଯାତାୟାତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି।
ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡି ଗ୍ୟାସ୍ ଲିକେଜ୍କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଗାଡ଼ି ନିକଟକୁ ନ ଯିବା ପାଇଁ ଲୋକଙ୍କୁ ପ୍ରଶାସନ ନିବେଦନ କରିଛି।
from Odisha Reporter https://ift.tt/2QhiQCe
No comments:
Post a Comment