
ନୂଆଦିଲ୍ଲୀ: ଶସ୍ତା ହେଲା ବିମାନଯାତ୍ରା। ଏବେ ଆପଣ ୫୦୦ ଟଙ୍କାରେ ଆକାଶ ଉଡ଼ି ପାରିବେ। ଏୟାରଏସିଆ ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ଗତକାଲି( ରବିବାର)କମ୍ପାନୀ ଏହି ଅଫର ଘୋଷଣା କରିଛି। ଯାହା ଆଜିଠାରୁ ଲାଗୁ ହେବ।
ଏୟାରଲାଇନ୍ ପକ୍ଷରୁ କୁହାଯାଇଛି,“ଏହି ଅଫର ଅନୁସାରେ ୫୦୦ ଟଙ୍କାରେ ଆପଣ ୨୧ଟି ସ୍ଥାନକୁ ଯାଇପାରିବେ। ସେହି ସ୍ଥାନ ଗୁଡ଼ିକ ହେଲା ଅମୃତସହର, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ହାଇଦ୍ରାବାଦ, ଇନ୍ଦୋର, କୋଲକତା, କୋଚି, ନାଗପୁର, ନୂଆଦିଲ୍ଲୀ, ପୁଣେ, ରାଞ୍ଚି, ଶ୍ରୀନଗର, ସୁରଟ, ବିଶାଖାପାଟଣା, ବାଗଡ୍ରୋଗରା, ପଣଜି, ଇମ୍ଫାଲ୍ ଓ ଗୌହାଟି।
ଯାତ୍ରୀମାନଙ୍କୁ ୱାନ୍ ୱେ ଟାଭେଲ ପାଇଁ ୫୦୦ ଟଙ୍କାରେ ଟିକେଟ ବୁକିଂ କରିବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ ସ୍ଥାନକୁ ଗଲେ, ୧୦୦୦ କିମ୍ବା ୧୫୦୦ ଟଙ୍କା ଦେଇ ଟିକେଟ ବୁକିଂ କରିବାକୁ ପଡ଼ିବ।
ଏୟାର ଲାଇନ ପକ୍ଷରୁ ଆହୁରି କୁହାଯାଇଛି ଯେ, “ ଏହି ଅଫର ସମସ୍ତ ବିମାନ ଉପରେ ଲାଗୁ ହେବ। ଡିସେମ୍ବର ୩୦ରେ ଏହାର ଅବଧି ସରିବ।”
from Odisha Reporter https://ift.tt/2Ox6vII
No comments:
Post a Comment