ଗୋଆରେ ସରକାର ଗଠନ ପାଇଁ ଦାବି କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଗୋଆରେ ସରକାର ଗଠନ ପାଇଁ ଦାବି କଲା କଂଗ୍ରେସ

ପାଣାଜୀ: କିଛି ମାସ ହେଲାଣି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବାରୁ ବିରୋଧୀ କଂଗ୍ରେସ ଏବେ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଛି। ଏହାକୁ ଢାଲ କରି କଂଗ୍ରେସ ଗୋଆରେ କ୍ଷମତା ଦଖଲ କରିବାକୁ ଯୋଜନା ଆରମ୍ଭ କରିଛି। ପାରିକର ବାରମ୍ବାର ହସ୍ପିଟାଲ୍‌ ଯାଉଥିବାରୁ ରାଜ୍ୟର ପ୍ରଶାସଁନିକ ବ୍ୟବସ୍ଥା ଭୁଶୁଡ଼ି ଯିବାକୁ ବସିଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ କରିବାକୁ ଲିଖିତ ଭାବେ ଦାବିପତ୍ର ଉପସ୍ଥାପନ କରିଛି।

ଗୋଟିଏ ପଟେ ବିଜେପି ରାଜ୍ୟରେ ସ୍ଥିର ମେଣ୍ଟ ସରକାର ଚାଲିଛି ବୋଲି କହୁଥିବା ବେଳେ ଅନ୍ୟପଟେ କଂଗ୍ରେସର ଏଭଳି ସରକାର ଗଠନ ପାଇଁ ଦାବି ରାଜନୀତିକ ପାଣିପାଗକୁ ଉଷ୍ଣ କରିଦେଇଛି।

ଗୋଆର ୪୦ଟି ବିଧାନସଭା ଆସନରୁ ୧୬ଟିରେ କଂଗ୍ରେସ ବିଜୟୀ ହୋଇଥିଲା। ଆଜି ଦଳ ପକ୍ଷରୁ ୧୬ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳ ମୃଦୁଲା ସିହ୍ନାଙ୍କୁ ଦିଆଯାଇଛି। ‍ବର୍ତ୍ତମାନ ରାଜ୍ୟପାଳ ବିଧାନସଭାକୁ ନ ଭାଙ୍ଗି କଂଗ୍ରେସକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରନ୍ତୁ। କଂଗ୍ରେସ ହିଁ ଏଠାରେ ସ୍ଥିର ସରକାର ଦେଇପାରିବ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ବିରୋଧୀଦଳ ନେତା ଚନ୍ଦ୍ରକାନ୍ତ କାଭଲେକର କହିଛନ୍ତି,“ପାରିକରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମେଣ୍ଟ ସରକାରରେ ଫାଟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟପାଳ ବିଧାନସଭା ଭାଙ୍ଗିବା କଥା ଚିନ୍ତା କରୁଛନ୍ତି। ତେଣୁ ରାଜ୍ୟପାଳ ବିଧାନସଭା ଭାଙ୍ଗିବା ବଦଳରେ କଂଗ୍ରେସକୁ ସରକାର ଗଠନ କରିବାକୁ ଡାକନ୍ତୁ। କଂଗ୍ରେସକୁ ଅନ୍ୟ ଦଳର ବିଧାୟକ ସମର୍ଥନ କରୁଛନ୍ତି। ଆମେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।



from Odisha Reporter https://ift.tt/2MFXVp7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages