ଏସିଆ କପ୍‌ରୁ ବାଦ୍‌ ପଡ଼ିଲେ ଏହି ୩ ଭାରତୀୟ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଏସିଆ କପ୍‌ରୁ ବାଦ୍‌ ପଡ଼ିଲେ ଏହି ୩ ଭାରତୀୟ ଖେଳାଳି

ଦୁବାଇ: ଚଳିତ ଏସିଆ କପ୍‌ରେ ଆହତ ସମସ୍ୟା ଭାରତୀୟ ଟିମ୍‌କୁ ଅଡ଼ୁଆରେ ପକାଇଛି। ଅଣ୍ଟାରେ ଆଘାତ ଯୋଗୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଧାରୁ ପଡ଼ିଆ ଛାଡ଼ିଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୂରା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି।

ପାଣ୍ଡ୍ୟାଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲ ମଧ୍ୟ ଆହତ ଥିବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଏହି ତିନିଜଣଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା, ଦୀପକ ଚହର ଓ ସିଦ୍ଧାର୍ଥ କୌଲଙ୍କୁ ଟିମ୍‌ରେ ସାମିଲ୍ କରାଯାଇଛି।

ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍‌ର ୧୮ତମ ଓଭର୍‌ରେ ପାଣ୍ଡ୍ୟା ବ୍ୟାକ୍‌ ଇଞ୍ଜୁରୀର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଷ୍ଟ୍ରେଚରରେ ମଇଦାନ ବାହାରକୁ ନିଆଯାଇଥିଲା। ଏହାପରେ ସେ ଆଉ ଛିଡ଼ା ହେବାକୁ ସକ୍ଷମ ହୋଇନଥିଲେ। ପାଣ୍ଡ୍ୟାଙ୍କ ମେଡିକାଲ ଯାଞ୍ଚ କରାଯିବା ବେଳେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାପଡ଼ିଥିଲା।

ସେହିପରି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତିରିକ୍ତ ଖେଳାଳି ଭାବେ ଫିଲ୍ଡିଂ କରୁଥିବା ବେଳେ ଅକ୍ଷର ପଟେଲଙ୍କ ବାମ ହାତର ଅଙ୍ଗୁଳିରେ ଆଘାତ ଲାଗିଥିଲା। ଅନ୍ୟପକ୍ଷରେ ହଂକଂ ବିପକ୍ଷ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ବେଳେ ଶାର୍ଦ୍ଦୁଲ ଆହତ ହୋଇଥିଲେ।



from Odisha Reporter https://ift.tt/2NZmSkd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages