ଶୁକ୍ରବାର ଏସିଆ କପ୍‌ ସୁପର୍‌ ଫୋର୍‌ରେ ଭାରତ-ବାଂଲା ଟକ୍କର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଶୁକ୍ରବାର ଏସିଆ କପ୍‌ ସୁପର୍‌ ଫୋର୍‌ରେ ଭାରତ-ବାଂଲା ଟକ୍କର୍‌

ଦୁବାଇ: ଏସିଆ କପ୍‌ର ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇ ମନୋବଳ ସୁଦୃଢ଼ କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ସୁପର ଫୋର୍‌ ମ୍ୟାଚ୍‌ ପାଇଁ ମଇଦାନକୁ ଓହ୍ଲାଇବ ସୁପର୍‌ ଫୋର୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ମୁକାବିଲା ଫର୍ମରେ ଥିବା ବାଂଲାଦେଶ ସହ ହେବ। ଭାରତୀୟ ସମୟ ଅପରାହ୍ମ ୫ଟାରେ ଦୁବାଇ ଇଣ୍ଟରନ୍ୟାଶନାଲ୍‌ ପଡ଼ିଆରେ ଦୁଇ ଦେଶ ମୁହାଁମୁହିଁ ହେବେ।

ଲିଗ୍‌ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ମ୍ୟାଚ୍‌ ଜିତିବାକୁ ପୂରା ଦମ୍‌ ଲଗାଇବ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗୁରୁତର ଆହତ ହୋଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆସନ୍ତାକାଲି ଖେଳିବେନାହିଁ। ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି।

ପାଣ୍ଡ୍ୟାଙ୍କ ବଦଳରେ ମନୀଷ ପାଣ୍ଡେଙ୍କୁ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ସେହିପରି ହଂକଂ ଓ ପାକିସ୍ତାନ ବିପକ୍ଷରେ ଲଗାତାର ମ୍ୟାଚ୍‌ ଖେଳିଥିବା ସ୍ପିଡଷ୍ଟର ଭୁବନେଶ୍ୱର କୁମାରଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ରାମ ଦେବାକୁ ଲକ୍ଷ୍ୟ ରଖିଛି।

ଭୁବନେଶ୍ୱରଙ୍କ ସ୍ଥାନରେ ହଂକଂ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିବା ନବାଗତ ଖଲିଲ ଅହମ୍ମଦଙ୍କୁ ପୁଣିଥରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ତେବେ ପାଣ୍ଡ୍ୟାଙ୍କ ବଦଳରେ କିଏ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବ ତାହା ସ୍ଥିର ହୋଇନି। ଅବଶ୍ୟ ଟିମ୍‌ ଇଣ୍ଡିଆ ପାଣ୍ଡ୍ୟାଙ୍କ ବଦଳରେ ପେସ ବୋଲର୍‌ ଦୀପକ ଚହରଙ୍କୁ ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରିଛି। କିନ୍ତୁ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା କମ୍।

ଯାହା ଜଣାପଡ଼ୁଛି ଟିମ୍‌ ଇଣ୍ଡିଆ ନିଜର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଅଧିକ ସୁଦୃଢ଼ କରିବା ପାଇଁ ମନୀଷ ପାଣ୍ଡେଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବ। କାରଣ ପାଣ୍ଡ୍ୟାଙ୍କ ବୋଲିଂ ଶୂନ୍ୟସ୍ଥାନକୁ ସ୍ପିନିଂ ଅଲରାଉଣ୍ଡର କେଦାର ଯାଦବ ପୂରଣ କରିବେ। ସେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବୋଲିଂ କରିଥିଲେ। ତେଣୁ ପାଣ୍ଡ୍ୟାଙ୍କ କୋଟା ଓଭର୍‌କୁ ଯାଦବଙ୍କ ଦ୍ୱାରା ବ୍ୟବହାର କରିବାକୁ ଟିମ୍‌ ଇଣ୍ଡିଆ ଲକ୍ଷ୍ୟ ରଖିଛି।

ତେବେ ଭେଟେରାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ୍‌ ସାମାନ୍ୟ ଚିନ୍ତାରେ ରହିଛି। ୩୭ ବର୍ଷୀୟ ଧୋନି ହଂକଂ ବିପକ୍ଷରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ ହେଁ ଖାତା ଖୋଲି ପାରି ନଥିଲେ। ତେଣୁ ତାଙ୍କୁ ଦଳ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇବ ବୋଲି କୁହାଯାଉଛି। ଏହାଦ୍ୱାରା ଆଗକୁ ବଡ଼ ମ୍ୟାଚ୍‌ରେ ଧୋନି ତାଙ୍କ ଲୟ ଫେରିପାଇବେ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ବାଂଲା ଟାଇଗର୍‌ ଯେ କୌଣସି ବଡ଼ ଟିମ୍‌କୁ ମାତ୍‌ ଦେଇପାରେ, ଏଥିରେ କୌଣସି ସନ୍ଦେହ ନାହିଁ। ଦଳ ଏବେ ଜବରଦସ୍ତ ଫର୍ମରେ ଅଛି। ତେବେ ଓପନର୍‌ ତାମିମ୍‌ ଇକବାଲ୍‌ ଆହତ ହେବା ଯୋଗୁ ଟିମ୍‌ରୁ ବାଦ୍‌ ପଡ଼ିବା ବାଂଲାଦେଶକୁ ଶକ୍ତ ଝଟ୍‌କା ଦେଇଛି। ତଥାପି ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ମୁଶଫିକର୍‌ ରହିମ ଶ୍ରୀଲଙ୍କା ବିପକ୍ଷରେ ବଡ଼ ଶତକ ହାସଲ କରି ଫର୍ମରେ ଥିବା ସମସ୍ତଙ୍କୁ ଜଣାଇ ସାରିଛନ୍ତି। ରହିମଙ୍କ ବ୍ୟତୀତ ସାକିବ-ଅଲ-ହାସନ, ଲିଟନ୍‌ ଦାସ ଓ ମହମ୍ମଦ ମିଥୁନ୍‌ ମଧ୍ୟ ଭଲ ଫର୍ମରେ ରହିଛନ୍ତି।

ତେଣୁ ଆସନ୍ତାକାଲି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ।



from Odisha Reporter https://ift.tt/2Deksdy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages