
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ଧାରାବାହିକ ‘ନୂଆ ବୋହୂ’ର ଦୁଇ ନାୟିକା ହେଉଛନ୍ତି ରାଧିକା ଏବଂ ତପସ୍ୟା। ଅନ୍ସ୍କ୍ରିନ୍ରେ ଏମାନଙ୍କ ମଧ୍ୟରେ ଅନେତ ଦୂରତା ଆସିଯାଇଛି। କିନ୍ତୁ ଅଫ୍ସ୍କ୍ରିନ୍ରେ ଏମାନେ ପରସ୍ପରର ଖୁବ୍ ନିକଟତର। ଏପରିକି ଏ ଦୁହେଁ ଉଭୟଙ୍କର ବେଷ୍ଟ୍ ଫ୍ରେଣ୍ଡ୍ ପାଲଟିଯାଇଛନ୍ତି। ସୁଟିଂ ପରେ ଏମାନଙ୍କର ମସ୍ତି ଦେଖି ସେଟ୍ରେ ଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି ଏବଂ ପରିହାସରେ କହୁଛନ୍ତି, ପିଲାଟା ବିଗିଡ଼ି ଗଲା। ଦୁହେଁ କେବଳ ସୁଟିଂ ସେଟ୍ରେ ମସ୍ତି କରନ୍ତି ନାହିଁ, ବରଂ ବ୍ୟକ୍ତିଗତ ଜୀବନରେ ପରସ୍ପରର ପସନ୍ଦ ଏବଂ ଅପସନ୍ଦ ସମ୍ପର୍କରେ ମଧ୍ୟ ବେଶ୍ ଅବଗତ।
ଅନ୍ୟ ଜଣଙ୍କୁ କ’ଣ ଖାଇବାକୁ ଭଲ ଲାଗେ, କେଉଁ ରଙ୍ଗର ପୋଷାକ ପିନ୍ଧିବାକୁ ଭଲ ଲାଗେ, କାହାର କେଉଁ ହିରୋ ଓ ହିରୋଇନ୍ ଫେଭରିଟ୍, ଏସବୁ ଏ ଦୁହିଁଙ୍କୁ ଭଲଭାବେ ଜଣା।
ଦେଖନ୍ତୁ, କେମିତି ଉଭୟେ, ଏସମ୍ପର୍କିତ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି।
from Odisha Reporter https://ift.tt/2Nx838n
No comments:
Post a Comment