ବିଦାୟୀ ଟେଷ୍ଟ୍‌ରେ କୁକ୍‌ଙ୍କ ଶତକ,  ଇଂଲଣ୍ତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ୫ମ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ବିଦାୟୀ ଟେଷ୍ଟ୍‌ରେ କୁକ୍‌ଙ୍କ ଶତକ,  ଇଂଲଣ୍ତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ୫ମ ଟେଷ୍ଟ

ଓଭାଲ୍‌: ଇଂଲଣ୍ଡ ବିପକ୍ଷ ଓଭାଲ୍‌ ଟେଷ୍ଟ୍‌ରେ ବିଜୟୀ ହୋଇ ସିରିଜ୍‌ ପରାଜୟର ଦଃଖ ଭୁଲିବାକୁ ଲକ୍ଷ୍ୟ ରଖିଥିବା ଟିମ୍‌ ଇଣ୍ଡିଆ ପାଇଁ ଏବେ ଏହା ଏକପ୍ରକାରର ଅସମ୍ଭବ ହୋଇପଡ଼ିଛି। ଭାରତ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଇଂଲିଶ ଓପନର୍‌ ଆଲିଷ୍ଟର କୁକ୍‌ ଭାରତର ସବୁ ସ୍ୱପ୍ନକୁ ଚୂରମାର କରିଦେଇଛନ୍ତି।  ଶେଷ ମ୍ୟାଚ୍‌ରେ ଶତକ ହାସଲ କରି ଆଲିଷ୍ଟର କୁକ୍‌ ରେକର୍ଡ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ୨୦୦୬ରେ ଭାରତ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ କୁକ୍‌ ଶତକ ହାସଲ କରିଥିଲେ। ପୁଣି ଭାରତ ବିପକ୍ଷରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ହିଁ ଶତକ ହାସଲ କରିଛନ୍ତି।  ଏହା କୁକ୍‌ଙ୍କ ୩୩ତମ ଟେଷ୍ଟ୍‌ ଶତକ।

ପ୍ରଥମ ଓ ଶେଷ ମ୍ୟାଚ୍‌ର ଶତକ ହାସଲ କରିବା ତାଲିକାରେ କୁକ୍‌ ବିଶ୍ୱର ୫ମ ଖେଳାଳି ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହାପୂର୍ବରୁ ଆର୍‌ ଡୁଫ୍‌(୧୯୦୨-୧୯୦୫), ବିଲ୍ ପୋନସ୍‌ଫୋଡ୍‌(୧୯୨୪-୧୯୩୪), ଗ୍ରେଗ୍‌ ଚାପେଲ୍‌(୧୯୭୦-୧୯୮୪) ଓ ମହମ୍ମଦ ଆଜାରୁଦ୍ଦିନ୍‌(୧୯୮୪-୨୦୦) ଏହି କୀର୍ତ୍ତିମାନ ହାସଲ କରିଥିଲେ।

ସେହିପରି ଦ୍ୱିତୀୟ ଇନିଂସ୍‌ର ଶତକ ହାସଲ କରିବା ତାଲିକାରେ କୁକ୍‌ ୧ ନଂ ସ୍ଥାନରେ ପହଞ୍ଚିଛନ୍ତି। ସେ ଦ୍ୱିତୀୟ ଇନିଂସ୍‌ରେ ୧୫ଟି ଶତକ ହାସଲ କରିଥିବା ବେଳେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୧୪ଟି, ସଚିନ୍‌ ତେନ୍ଦୁଲକର ୧୩ଟି ଓ ୟୁନିସ୍‌ ଖାନ୍‌ ୧୨ଟି ଶତକ ସହ ଏହି ତାଲିକାରେ ରହିଛନ୍ତି।
କୁକ୍‌ଙ୍କ ଶତକ ସହ ଓଭାଲ୍‌ ଟେଷ୍ଟ୍‌କୁ ଇଂଲଣ୍ଡ ପୂରା ନିୟନ୍ତ୍ରଣକୁ ନେଇଛି। କୁକ୍‌ଙ୍କ ସହ କ୍ରିଜ୍‌ରେ ଥିବା ଅଧିନାୟକ ଜୋ ରୁଟ୍‌ ୯୨ ରନ୍‌ କରି ଅପରାଜିତ ରହିଛନ୍ତି। ୪ର୍ଥ ଦିନର ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨ ୱିକେଟ୍‌ ହରାଇ ୨୪୩ ରନ୍‌ କରିଛି। କୁକ୍‌ ୧୦୩ ରନ୍‌ କରିଥିବା ବେଳେ ରୁଟ୍‌ ୯୨ ରନ୍‌ କରିଛନ୍ତି। ଏଥିସହ ଏବେ ଇଂଲଣ୍ଡ ବିଶାଳ ୨୮୩ ରନରେ  ଆଗୁଆ ରହିଛି। ଏବେ ବି ଦଳ ହାତରେ ୮ଟି ୱିକେଟ୍‌ ରହିଛି।


from Odisha Reporter https://ift.tt/2O7qRZ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages