ଲଗାଣ ବର୍ଷାରେ ଦିଲ୍ଲୀ ବେହାଲ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଲଗାଣ ବର୍ଷାରେ ଦିଲ୍ଲୀ ବେହାଲ  

ନୂଆଦିଲ୍ଲୀ: ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଅନେକ ରାସ୍ତା ପାଣିରେ ବୁଡି ଯାଇଥିବାରୁ ଦିଲ୍ଲୀ ପୋଲିସ ପକ୍ଷରୁ ସେହି ରାସ୍ତାରେ  ଯିବାକୁ ବାରଣ କରାଯାଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ଶୁକ୍ରବାରଠାରୁ ଦିଲ୍ଲୀରେ ଲାଗି ରହିଛି ଲଗାଣ ବର୍ଷା। ରାସ୍ତାଘାଟରେ ପାଣି ଜମିବାରୁ ବାହାରକୁ ବାହାରିବା ଏକ ପ୍ରକାର ମୁସକିଲ୍ ହୋଇପଡିଛି ।

ରାଜଧାନୀ ରାଜରାସ୍ତାରେ ଅନେକ ସ୍ଥାନରେ ଗାଡିମୋଟର ଅଟକି ରହିଥିଲା । ପାଣି ଜମିବା ଫଳରେ ଅଫିସ୍, ସ୍କୁଲ୍ କଲେଜ ଯିବା ପାଇଁ ଦିଲ୍ଲୀବାସୀଙ୍କୁ ବେଶ ହନ୍ତ ସନ୍ତ ହେବାକୁ ପଡିଛି। ପୁରୁଣା ଦିଲ୍ଲୀ ଓ ଯମୁନା ବଜାର ରାସ୍ତାରେ ପାଣି ଜମିବାରୁ ବସ ଚଳାଚଳ ବ୍ୟାହତ ହୋଇଛି। ଦିଲ୍ଲୀରେ ଗତ ୪୮ଘଣ୍ଟା ମଧ୍ୟରେ ୬୧ ମିମି ବର୍ଷା ରେକର୍ଡ କରାଯାଇଛି।

ସେପଟେ ଦିଲ୍ଲୀ ସମେତ ହରିୟାଣା ଓ ଚଣ୍ଡିଗଡ଼ରେ ଆଗାମୀ ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗିରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣି ପାଗ ବିଭାଗ। ଏଥିପାଇଁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ ପ୍ରବଳ ବର୍ଷାରୁ ବର୍ତ୍ତି ପାରିନି ରାଷ୍ଟ୍ରପତି ଭବନ। ବର୍ଷାରେ ରାଷ୍ଟ୍ରପତି ଭବନର ବାହାରପଟ ବଗିଚା ପୁରା ଜଳମଗ୍ନ ହୋଇଯାଇଛି। ଏଥିପାଇଁ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଚେଞ୍ଜ ଅଫ୍ ଗାର୍ଡ ସେରିମନି କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଯାଇଛି।



from Odisha Reporter https://ift.tt/2ovCQEA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages