‘ଓଡ଼ିଆ ଜାଣିନ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କେବଳ ବିଜେଡି ସଭାପତି ରୁହ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

‘ଓଡ଼ିଆ ଜାଣିନ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କେବଳ ବିଜେଡି ସଭାପତି ରୁହ’

ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ୧୮ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ଶିଖିଲେନି, ସେ କ’ଣ ରାଜ୍ୟର କେଉଁଠି କିଏ ଖଟିଆରେ ରୋଗୀଙ୍କୁ ବୁହାଇଲା ଓ ରାସ୍ତାକଡ଼ରେ ପ୍ରସବ କଲା, ତାହା ଜାଣିବେ କିପରି? ଓଡ଼ିଆ ଭାଷା କାର୍ଯ୍ୟକାରୀ ହେଉନଥିବା ଲୋକଙ୍କ ମଧ୍ୟରେ ଦୂରତ୍ୱ ବଢ଼ୁଥିବା ଜାଣି ମଧ୍ୟ ବିଜେଡି ନେତାମାନେ କାର୍ଯ୍ୟାନୁଷ୍ଠାନ ଭୟରେ ନିରବ ରହୁଛନ୍ତି ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ ପରିଡ଼ା।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାର ସୁରକ୍ଷା ପ୍ରସଙ୍ଗରେ ପୂର୍ବତନ ସାଂସଦ ତଥା ବିଜେଡି ନେତା ବୈଷ୍ଣବ ପରିଡ଼ା ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

୧୮ ବର୍ଷ ଓଡ଼ିଶାକୁ ଶାସନ କଲା ପରେ ମଧ୍ୟ ନବୀନବାବୁ ଓଡ଼ିଆ ଶିଖିପାରିଲେ ନାହିଁ। ତେଣୁ ଅତ୍ୟନ୍ତ ପକ୍ଷେ ଆଉ ଏକ କାମରାଜ୍ ଫର୍ମୂଲାରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନବୀନବାବୁ କେବଳ ବିଜେଡିର ସଭାପତି ରୁହନ୍ତୁ ଏବଂ ଓଡ଼ିଆ ଭାଷାକୁ ଭଲ ପାଉଥିବା ଜଣେ ସ୍ୱାଭିମାନୀ ବିଜେଡି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆସୀନ କରାନ୍ତୁ ବୋଲି ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀର ମୁଖ୍ୟ ଶ୍ରୀ ପରିଡ଼ା ଆହ୍ୱାନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଆ ଭାଷା ଜାଣିନଥିବାରୁ ରାଜ୍ୟରେ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱ ଦେଉନାହାନ୍ତି। ଭାଷା ଆଇନ କାର୍ଯ୍ୟକାରୀ ହେଲେ ଓଡ଼ିଆରେ ଲେଖିବାକୁ ପଡ଼ିବ, ଯାହା ମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ।

ତେଣୁ ନବୀନବାବୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନୈତିକତା ଦାୟିତ୍ୱ ନେଇ କାମରାଜ ଫର୍ମୂଲା ଆପଣାଇ ନିଜର କୌଣସି ବିଶ୍ୱସ୍ତ ସ୍ୱାଭିମାନୀ ଓଡ଼ିଆ ବିଜେଡି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରାନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟରେ ଇଂରାଜୀ ଭାଷାରେ ଶାସନ ଚାଲିଛି। ୬୪ ବର୍ଷ ପରେ ମଧ୍ୟ କାହିଁକି ରାଜ୍ୟରେ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରୁନି ବୋଲି ଶ୍ରୀ ବୈଷ୍ଣବ ପରିଡ଼ା ପ୍ରଶ୍ନ କରିଛନ୍ତି। ଏଥିପାଇଁ ୬ ବର୍ଷ ହେଲା ଭାଷା ଆନ୍ଦୋଳନ ଜାରି ରହିଛି। ରାଜ୍ୟ ସରକାର ଭାଷା ସୁରକ୍ଷା ଓ ଆଇନ କାର୍ଯ୍ୟକାରୀ ପାଇଁ ୨୦-୨୫ଥର ବିଭିନ୍ନ ଘୋଷଣା କରି କେବଳ ଭାଷା ଆନ୍ଦୋଳନରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ପ୍ରୟାସ କରୁଛନ୍ତି।

ଏହା ସହିତ ନବୀନବାବୁ ନିଜେ ବିଜେଡି ସଭାପତି ରହି ଦଳକୁ ପରିଚାଳନା କରନ୍ତୁ।ଏହା ଦ୍ୱାରା କାମରାଜ୍ ଯେଭଳି ଆଜି ଚିରଅମର ହୋଇ ରହିଛନ୍ତି ସେଭଳି ନବୀନବାବୁ ମଧ୍ୟ ଓଡ଼ିଆମାନଙ୍କ ହୃଦୟରେ ଚିରଦିନ ପାଇଁ ବିରାଜମାନ କରିପାରିବେ। ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏହା ସବୁଠୁ ସରଳ ବାଟ ବୋଲି ଶ୍ରୀ ପରିଡ଼ା କଟାକ୍ଷ କରିବା ସହ ପ୍ରସ୍ତାବ ଦେଇଛନ୍ତି।

ଏହା ସହିତ ରାଜ୍ୟରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ହେଉଥିବା ପ୍ରୟାସକୁ ମଧ୍ୟ ଶ୍ରୀ ପରିଡ଼ା କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସରକାର ଏପର୍ଯ୍ୟନ୍ତ ଭାଷା ପ୍ରତିଷ୍ଠାନ କରିପାରୁ ନାହାନ୍ତି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାର ଅଧ୍ୟାପକ ନାହାନ୍ତି।

ସଂସ୍କୃତି ବିଶ୍ୱବିଦ୍ୟାଳୟ କଥା ନକହିବା ଭଲ।ବିଭିନ୍ନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସ୍ଥିତି ରୁଗ୍ଣ ଅବସ୍ଥାରେ ଥିବାବେଳେ ଓଡ଼ିଆ ବିଶ୍ୱବିଦ୍ୟାଳୟ କ’ଣ କରିବେ।ସରକାର ଆଉ ଏକ ରୁଗ୍ଣ ସନ୍ତାନ କାହିଁକି ସରକାର ଜନ୍ମ ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଇଂରାଜୀ ଭାଷାରେ ଶାସନ ଚାଲିଛି। ୬୪ ବର୍ଷ ପରେ ମଧ୍ୟ କାହିଁକି ରାଜ୍ୟରେ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରୁନି ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିବା ସହ ୬ ବର୍ଷ ହେଲା ଭାଷା ଆନ୍ଦୋଳନ ଜାରି ରହିଛି। ରାଜ୍ୟ ସରକାର ଭାଷା ସୁରକ୍ଷା ଓ ଆଇନ କାର୍ଯ୍ୟକାରୀ ପାଇଁ ୨୦-୨୫ଥର ବିଭିନ୍ନ ଘୋଷଣା କରି କେବଳ ଭାଷା ଆନ୍ଦୋଳନରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ପ୍ରୟାସ କରୁଛନ୍ତି।

ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ୧୮ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ଶିଖିଲେନି, ସେ କ’ଣ ରାଜ୍ୟର କେଉଁଠି କିଏ ଖଟିଆରେ ରୋଗୀଙ୍କୁ ବୁହାଇଲା ଓ ରାସ୍ତାକଡ଼ରେ ପ୍ରସବ କଲା,  ତାହା ଜାଣିବେ କିପରି? ଓଡ଼ିଆ ଭାଷା କାର୍ଯ୍ୟକାରୀ ହେଉନଥିବା ଲୋକଙ୍କ ମଧ୍ୟରେ ଦୂରତ୍ୱ ବଢ଼ୁଥିବା ଜାଣି ମଧ୍ୟ ବିଜେଡି ନେତାମାନେ କାର୍ଯ୍ୟାନୁଷ୍ଠାନ ଭୟରେ ନିରବ ରହୁଛନ୍ତି ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ବିଜେଡିର ଖଣ୍ଡନ

ତେବେ ଶ୍ରୀ ପରିଡ଼ାଙ୍କ ଏଭଳି ବୟାନକୁ ବିଜେଡି ଖଣ୍ଡନ କରିଛି। ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସବୁବେଳେ ଅଯଥା ଭାଷା ବିବାଦକୁ ଟଣାଯିବା ଅନୁଚିତ୍।ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଯେତିକି ହୋଇଛି ତାହା ପୂର୍ବରୁ ହୋଇନଥିଲା।

ନିଜର ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ କିଛି ବ୍ୟକ୍ତି ବାରମ୍ବାର ଏଭଳି କଥାକୁ ଦୋହରାଉଛନ୍ତି। ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଚେୟାର ସ୍ଥାପନ ଓ ବିଶ୍ୱ ଓଡ଼ିଆ ସମ୍ମିଳନୀ କରିବା ପାଇଁ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ପ୍ରତିପାଦନ କରିସାରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।



from Odisha Reporter https://ift.tt/2N9AUiP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages