ପାକିସ୍ତାନ ହେବ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ପାକିସ୍ତାନ ହେବ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର!

ୱାଶିଂଟନ୍‌: ପାକିସ୍ତାନ ନିଜକୁ ବିଶ୍ୱର ଶକ୍ତିଶାଳୀ ପରମାଣୁ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ଏବେ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ପାକିସ୍ତାନ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେବାର ଆଶଙ୍କା ରହିଥିବା ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ସର୍ଭେ କରୁଥିବା ଜଣେ ବ୍ରିଟିଶ ଲେଖକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। 
ରିପୋର୍ଟ ଅନୁଯାୟୀ, ଏବେ ପାକିସ୍ତାନ ପାଖରେ ୧୪୦ରୁ ୧୫୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ ଦିଗରେ ଅହରହ କାର୍ଯ୍ୟ କରୁଥିବାରୁ ୨୦୨୫ ସୁଦ୍ଧା ଏହା ୨୨୦ରୁ ୨୫୦ରେ ପହଞ୍ଚିଯିବ। ଏପରି ହେଲେ ପାକିସ୍ତାନ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ପାଇବ।
୧୯୯୯ରେ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଆକଳନ ଅନୁଯାୟୀ ୨୦୨୦ ସୁଦ୍ଧା ପାକିସ୍ତାନ ପାଖରେ ୬୦ରୁ ୮୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଥିବା କଥା। କିନ୍ତୁ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି। ୨୦୧୮ ସୁଦ୍ଧା ପାକିସ୍ତାନର ପରମାଣୁ ଯୁଦ୍ଧାସ୍ତ୍ରର ପରିମାଣ ୧୪୦ରୁ ୧୫୦ ରହିଛି।
ତେଣୁ ପାକିସ୍ତାନର ଏଭଳି ପରମାଣୁ ଯୁଦ୍ଧାସ୍ତ୍ରର ସଂଖ୍ୟାବୃଦ୍ଧି ଭାରତକୁ ନିଶ୍ଚିତ ଚିନ୍ତାରେ ପକାଇବ ବୋଲି କୁହାଯାଉଛି।


from Odisha Reporter https://ift.tt/2wJM2JV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages