୫୦୦ ଟଙ୍କିଆ ନୋଟ୍‌ ଦେଲେ ମିଳିବ ୨୨୦୦ ଟଙ୍କା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

୫୦୦ ଟଙ୍କିଆ ନୋଟ୍‌ ଦେଲେ ମିଳିବ ୨୨୦୦ ଟଙ୍କା!

fake-note
ତେଲକୋଇ (ଚିନ୍ମୟ କୁମାର ସାହୁ): ୫୦୦ ଟଙ୍କିଆ ନୋଟ୍‌ ଦେଲେ ମିଳିବ ୨୨୦୦ ଟଙ୍କାର ନୋଟ୍‌ ! କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ କଥା ସମ୍ପୂର୍ଣ୍ଣ ସତ।
 
ପ୍ରକୃତରେ କଥାଟି ହେଉଛି, ୫୦୦ ଟଙ୍କିଆ ଅସଲି ନୋଟ୍‌ ବିନିମୟରେ ୨୨୦୦ ଟଙ୍କାରେ ୨୦୦ ଟଙ୍କିଆ ନକଲି ନୋଟ୍‌ ମିଳିବ। ତେଲକୋଇ ପୁଲିସ ଆଜି ଜଣକୁ ଗିରଫ କରିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଛି। ଏହି କାରବାରରେ ସଫଳ ହୋଇଥିଲେ ପରବର୍ତ୍ତୀ ସମୟରେ ସେ ଆଗକୁ ବଢ଼ିଥାଆନ୍ତେ ବୋଲି ଗିରଫ ହୋଇଥିବା ଯୁବକ ସ୍ୱୀକାର କରିଛି।
 
ପୂରା ଘଟଣା ଏମିତି। ନରଣପୁର ଅଞ୍ଚଳର ଦୀପ୍ତି ରଞ୍ଜନ ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁର ଜଣଙ୍କ ବନ୍ଧୁ ଘରକୁ ଯାଇଥିଲେ। ସେ ଆଜି ଅଡ଼ଙ୍ଗ ଗାଁର ଏକ ଦୋକାନରେ ୨୦୦ ଟଙ୍କିଆ ନୋଟ୍‌ ଦେଇ ପେଟ୍ରୋଲ ପକାଇ ଥିଲେ। 
 
ଦୀପ୍ତି ଦେଇଥିବା ୨୦୦ ଟଙ୍କିଆ ନୋଟ୍‌ଟି ନକଲି ବୋଲି ଦୋକାନୀଙ୍କ ମନରେ ସନ୍ଦେହ ହେବାପରେ ସେ ତାଙ୍କୁ ଅଟକ ରଖିଥିଲେ। ଧୀରେ ଧୀରେ ଏକଥା ଗାଁରେ ପ୍ରଘଟ ହୋଇଥିଲା। ତା’ପରେ ଗାଁ ଲୋକେ ତାଙ୍କୁ(ଦୀପ୍ତି)କୁ ଅଟକ ରଖି ପୁଲିସ ଜିମା ଦେଇଥିଲେ। ପୁଲିସ ଦୀପ୍ତିଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୩ଟି ୨୦୦ ଟଙ୍କିଆ ନୋଟ୍‌ ଜବତ କରିଛି।
 
୫୦୦ ଟଙ୍କା ବିନିମୟରେ ଦୀପ୍ତି ଆନନ୍ଦପୁରର ବାଂଶଗଡ଼ରୁ ଜଣଙ୍କ ପାଖରୁ ୨୨୦୦ ଟଙ୍କାର ୨୦୦ ଟଙ୍କିଆ ନକଲି ନୋଟ୍‌ ଆଣିଥିବା ପୁଲିସ ପାଖରେ ସ୍ୱୀକାର କରିଛି। ମାତ୍ର ବାଂଶଗଡ଼ର ସେହି ବ୍ୟକ୍ତି ଜଣକ କିଏ, ତାହା ସମ୍ପର୍କରେ କିଛି କହିନାହିଁ। ପୁଲିସ ସେହି ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।
 
ଦୀପ୍ତି କହିଛନ୍ତି-“ନକଲି ନୋଟ୍‌ ଧରି ଟ୍ରାଏଲ୍‌ କରିବା ପାଇଁ ଆସିଥିଲି। ଯଦି ସଫଳ ହୋଇ ଥାଆନ୍ତି, ତାହାହେଲେ ଆଗକୁ ଏହି କାରବାରକୁ ବଢ଼ାଇ ଥାଆନ୍ତି।”


from Odisha Reporter https://ift.tt/2PFBWRa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages