
ନୂଆଦିଲ୍ଲୀ: ଭୀମା-କୋରେଗାଁଓ ମାମଲାରେ ଗିରଫ ହୋଇଥିବା ୫ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ସୁପ୍ରିମ୍କୋର୍ଟ ତାଙ୍କ ରାୟ ଦେଇଛନ୍ତି। ଏହି ମାମଲାରେ କୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ଓ ଏହା ସହିତ ପୁଲିସ୍କୁ ତଦନ୍ତ ଆଗେଇ ନେବାକୁ କହିଛନ୍ତି।
ଏହି ୫ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ମୁକ୍ତ କରିବା ସହିତ ଏସ୍ଆଇଟି ତଦନ୍ତ ଦାବି କରି କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଏଭଳି ରାୟ ଦେଇଛନ୍ତି।
ଏହି ପାଞ୍ଚ କାର୍ଯ୍ୟକର୍ତ୍ତା ହେଉଛନ୍ତି, ଭର୍ଭରା ରାଓ, ଅରୁଣ ଫରେରା, ସୁଧା ଭାରଦ୍ୱାଜ, ଗୌତମ ନବଲଖା ଓ ଭରନାନ ଗୋଞ୍ଜଲ୍ୱିସ୍। ସେମାନଙ୍କୁ ଅଗଷ୍ଟ ୨୯ ତାରିଖରୁ ଗୃହ ବନ୍ଦୀ କରି ରଖାଯାଇଛି।
କୋର୍ଟ କହିଛନ୍ତି, କେଉଁ ଏଜେନ୍ସୀ ତଦନ୍ତ କରିବ ସେ ନିଷ୍ପତ୍ତି ଅଭିଯୁକ୍ତମାନେ ନେଇ ପାରିବେ ନାହିଁ। ଏହି ମାମଲାର ଶୁଣାଣି ତିନି ଜଣିଆ ଖଣ୍ଡପୀଠରେ ହୋଇଥିବା ବେଳେ ଦୁଇ ଜଣ ବିଚାରପତି ଏଥିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ ଓ ଏସ୍ଆଇଟି ଗଠନ ପାଇଁ କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।
କୋର୍ଟ କହିଛନ୍ତି, ପୁଲିସ୍ ତାର ତଦନ୍ତକୁ ଆଗକୁ ନେଇ ପାରିବ। ଏହି ମାମଲା ରାଜନୈତିକ ମତଭେଦ ଜନିତ ନୁହେଁ।
ସେହିପରି ଅଭିଯୁକ୍ତମାନଙ୍କ ଗୃହବନ୍ଦୀ ସମୟକୁ କୋର୍ଟ ଆଉ ୪ ସପ୍ତାହ ବଢ଼ାଇ ଦେଇଛନ୍ତି।
from Odisha Reporter https://ift.tt/2xJyb6J
No comments:
Post a Comment