ଗଣିତ ଭାରତ ସପକ୍ଷରେ, ତେବେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଗଣିତ ଭାରତ ସପକ୍ଷରେ, ତେବେ…

AsiaCup

ଦୁବାଇ: ଚଳିତ ଏସିଆ କପ୍‌ର ଫାଇନାଲ୍ ମ୍ୟାଚ୍ ଆଜି ଖେଳା ଯିବ। ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍ ଅପରାହ୍ନ ୫ଟାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ।

ଚଳିତ କପ୍‌ରେ ଭାରତ କୌଣସି ମ୍ୟାଚ୍ ହାରି ନଥିବା ବେଳେ ପାକିସ୍ତାନକୁ ହରାଇ ବାଂଲାଦେଶ ଫାଇନାଲ୍‌ରେ ପହଞ୍ଚିଛି। ତେଣୁ ଦଳର ମନୋବଳ ଦୃଢ଼ ରହିଛି।

ଏମିତିରେ ଦେଖିବାକୁ ଗଲେ ଭାରତର ପଲ୍ଲା ଭାରି ରହିଛି। ବାଂଲାଦେଶ ବିପକ୍ଷରେ ଭାରତର ରେକର୍ଡ ଭଲ ଅଛି। ଦିନିକିଆରେ ବାଂଲାଦେଶ ବିପକ୍ଷରେ ଭାରତ ୨୮ଟି ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ ବାଂଲାଦେଶ ମାତ୍ର ୫ ଥର ଭାରତକୁ ହରାଇଛି।

ଦୁଇ ଦେଶ ମଧ୍ୟରେ ଖେଳା ଯାଇଥିବା ଶେଷ ୧୦ଟି ଦିନିକିଆ ମ୍ୟାଚ୍‌ରୁ ଭାରତ ୭ଟିରେ ବିଜୟୀ ହୋଇଥିଲା। ଗୋଟିକର ଫଳାଫଳ ଆସି ନଥିଲା। ବାକି ଦୁଇଟିରେ ବାଂଲାଦେଶ ଜିତିଥିଲା।

ଏସିଆ କପ୍‌ରେ ବି ଭାରତର ଦବ୍‌ଦବା ରହିଛି। ଏହି କପ୍‌ରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଉଭୟ ଦେଶ ୧୩ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ୧୨ଟିରେ ଭାରତ ଜିତି ଥିବା ବେଳେ ଗୋଟିକରେ କୌଣସି ଫଳାଫଳ ଆସି ନଥିଲା। ସୂଚନାଯୋଗ୍ୟ, ୨୦୧୬ରେ ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖେଳା ଯାଇଥିଲା। ଏଥିରେ ବି ବାଂଲାଦେଶ ଫାଇନାଲ୍‌ରେ ଭାରତ ସହିତ ଖେଳିଥିଲା ଓ ହାରିଥିଲା।

ଏସବୁକୁ ଦେଖିଲେ ଲାଗୁଛି ଭାରତର ପଲ୍ଲା ଭାରି ଅଛି। ଏହା ଭାରତ ପାଇଁ ଏକ ସକାରାତ୍ମକ କଥା।

ତେବେ କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ। ଏଥିରେ କିଛି ବି ଘଟିପାରେ।

ଭାରତ ୬ ଥର ଏସିଆ କପ୍‌ ଜିତିଛି। ୩ ଥର ରନର୍ସ ଅପ୍ ହୋଇଛି। ଏଣୁ ସପ୍ତମ ଥର ପାଇଁ ଜିତି ଦଳ ତା’ର ରେକର୍ଡକୁ ଆହୁରି ଭଲ କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ବାଂଲାଦେଶ ଗତଥରର ପରାଜୟର ପ୍ରତିଶୋଧ ନେବା ସହିତ ପ୍ରଥମ ଥର ପାଇଁ ଏହି କପ୍ ଜିତିବାକୁ ପୂରା ପ୍ରୟାସ କରିବ।



from Odisha Reporter https://ift.tt/2NadgPn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages