ଦାମ କହିଲେ- ମୁଁ ଏବେବି ବିଜେଡିରେ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଦାମ କହିଲେ- ମୁଁ ଏବେବି ବିଜେଡିରେ ରହିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେବି ବିଜେଡିରେ ଅଛନ୍ତି ଡାକ୍ତର ଦାମୋଦର ରାଉତ। ଏକଥା ଆମେ କହୁନୁ। ଡାକ୍ତର ରାଉତ ନିଜେ କହୁଛନ୍ତି। ପ୍ରକୃତରେ କଥାଟି ହେଉଛି ବିଜେଡିରୁ ବିହିଷ୍କୃତ ହେବା ନେଇ ଡାକ୍ତର ରାଉତଙ୍କୁ ଦଳର ସାମ୍ୱିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ କୌଣସି ଲିଖିତ ପତ୍ର ମିଳିନି। କେବଳ ଗଣମାଧ୍ୟମରୁ ହିଁ ବହିଷ୍କାର ନେଇ ଶୁଣିବାକୁ ପାଉଛନ୍ତି। ସେଥିପାଇଁ ସେ ବିଜେଡିରେ ଅଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି।

ସେ କହିଛନ୍ତି-“ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଦୁର୍ନୀତି ହୋଇଛି ବୋଲି ମନ୍ତ୍ରୀ ସ୍ୱୀକାର କରିଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀ ହସିକି ଉଡ଼ାଇ ଦେଇଥିଲେ ଏବଂ କହିଥିଲେ ଏହା ହାସ୍ୟାସ୍ପଦ। ସରକାରଙ୍କ ସ୍ୱୀକୃତ ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ହାସ୍ୟାସ୍ପଦ। ତାହାହେଲେ ଏଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ନୀତି କରିଦେଇଛନ୍ତି। ଆଉ ନୀତିକୁ ଦୁର୍ନୀତି କରୁଛନ୍ତି।”

ଦାମ କହିଛନ୍ତି-“ବିଜେଡିରୁ ବହିଷ୍କାର ନେଇ କେବଳ ଗଣମାଧ୍ୟମରୁ ଶୁଣିବାକୁ ପାଇଛି। ମାତ୍ର ଦଳ ତରଫରୁ ବହିଷ୍କାର ନେଇ ଏପର୍ଯ୍ୟନ୍ତ କେହି ଜଣାଇ ନାହାନ୍ତି। ଦଳର ଗୋଟିଏ ସମ୍ୱିଧାନ ରହିଛି। ମୁଁ ଦଳର ଜଣେ ପୁରୁଖା ସଭ୍ୟ ଓ କାର୍ଯ୍ୟକାରିଣୀ କମିଟିର ନିର୍ବାଚିତ ସଦସ୍ୟ। କାର୍ଯ୍ୟକାରିଣୀ କମିଟିରେ କଥା ନପକାଇ ଓ କୌଣସି କୈଫିୟତ ନମଗାଇ କାର୍ଯ୍ୟାଷ୍ଠାନ ଗ୍ରହଣ କରାଯାଏନି। ଏପରି ଦଳର ସଭାପତି ମୋତେ ଡାକି ଘଟଣା ସମ୍ପର୍କରେ ପଚାରି ନାହାନ୍ତି। ତାହାହେଲେ ମୋତେ କେମିତି ବହିଷ୍କାର କରାଗଲା?”

ସେ କହିଛନ୍ତି-“ମୋତେ କିଏ ଦଳରୁ ବହିଷ୍କାର କରିଛି? ଖବରକାଗଜରୁ ଜାଣିବାକୁ ପାଇଲି ବିଜୟ ନାୟକ ବୋଲି ଜଣେ କିଏ ଅଛନ୍ତି, ସିଏ ମୋତେ ବହିଷ୍କାର କରିଛନ୍ତି। ତାହା ହେଲେ ବିଜୟ ନାୟକ କିଏ? ସେ କେବେ ହେଲେ ବିଜେଡି କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇନାହାନ୍ତି। ସେ କେଉଁ ଅଧିକାରରେ ଜଣେ କାର୍ଯ୍ୟକାରୀ କମିଟିର ସଦସ୍ୟଙ୍କୁ ବିହିଷ୍କାର କରୁଛନ୍ତି। ସଭାପତିଙ୍କ ଆଦେଶ କ୍ରମେ ବହିଷ୍କାର କରାଗଲା ବୋଲି ଚିଠିରେ ଲେଖାଯାଇଛି। ତାହାହେଲେ ଯିଏ ପାରେ ସିଏ ଚିଠିରେ ଦେଖିଦେଲେ ମୁଁ କଣ ବହିଷ୍କୃତ ହୋଇଯିବି? ତେଣୁ ବିଜେଡିର ବିଧିବ୍ୟବସ୍ଥା ଅନୁସାରେ ମୋତେ ବହିଷ୍କାର କରାଯାଉ।”

ସେ କହିଛନ୍ତି-“ଆଜି ମୁଁ ବିଧାନସଭା ଯାଇନି। କାରଣ ବିଧାନସଭା ଲିଷ୍ଟ ଅଫ୍‌ ବିଜନେସ୍‌ରେ ମୋର ସିଟ୍‌ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ପାଇଲି। ସିଟ୍‌ ଚେଞ୍ଜ କିଏ ଓ କାହିଁକି କଲା? ଦଳ ତରଫରୁ ସିଟ୍‌ ପରିବର୍ତ୍ତନ ନେଇ ବାଚସ୍ପତିଙ୍କୁ ଜଣାଯାଇଥିଲା କି? ଯଦି ଦଳ ତରଫରୁ ସିଟ୍‌ ପରିବର୍ତ୍ତନ ନେଇ ଚିଠି ହୋଇଥିଲା, ତାହାହେଲେ ବାଚସ୍ପତିଙ୍କ ଦାୟିତ୍ୱ ଥିଲେ ମୋତେ ପ୍ରଥମେ ଜଣାଇବା କଥା। କିନ୍ତୁ ମୋତେ କିଛି ନଜଣାଇ ସିଟ୍‌ ଚେଞ୍ଜ କରାଗଲା। ମୋତେ ନଜାଣଇ ବାଚସ୍ପତି କେମିତି ମୋ ସିଟ୍‌ ପରିବର୍ତ୍ତନ ପାଇଁ ଅନୁମତି ଦେଲେ? ଯଦି ଦଳ ତରଫରୁ ତାଙ୍କୁ କୁହାଯାଇଛି, ତାହାହେଲେ ସେ ସମ୍ପର୍କିତ କାଗଜ ଦେଖାନ୍ତୁ।”



from Odisha Reporter https://ift.tt/2xqu3bH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages