କଂଗ୍ରେସରେ ମିଶିଲେ ଜର୍ଜ ତିର୍କୀ, ସୁଦର୍ଶନ ଦାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

କଂଗ୍ରେସରେ ମିଶିଲେ ଜର୍ଜ ତିର୍କୀ, ସୁଦର୍ଶନ ଦାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମତା କ୍ରାନ୍ତି ଦଳର ଏକମାତ୍ର ବିଧାୟକ ଜର୍ଜ ତିର୍କୀ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଶ୍ରୀ ତିର୍କୀଙ୍କ ବ୍ୟତୀତ ଓଡ଼ିଶାରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ମାନବାଧିକାର କର୍ମୀ ମନୋଜ ଜେନା, ବିଜୟ ପ୍ରଧାନ ଓ ନୀରଦ ଖୁଣ୍ଟିଆ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି।

ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବ୍ୟକ୍ତିମାନେ କଂଗ୍ରେସରେ ସାମିଲ ହୋଇଛନ୍ତି ।

କଂଗ୍ରେସରେ ଏହି ବ୍ୟକ୍ତିମାନଙ୍କ ଯୋଗଦାନ ଫଳରେ ରାଜ୍ୟରେ ଦଳର ସଂଗଠନ ସୁଦୃଢ଼ ହେବାର ସମ୍ଭାବନା ଥିବାବେଳେ ଜର୍ଜ ତିର୍କୀଙ୍କ ମାଧ୍ୟମରେ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲାରେ ନିଜର ସଂଗଠନର ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖିଛି।

ଜିଲ୍ଲାରେ ବିଜେଡି ଓ ବିଜେପିର ଲଢ଼େଇ ମଧ୍ୟରେ କଂଗ୍ରେସ ସେଠାରେ ସମସ୍ତ ବିଧାନସଭା ସିଟକୁ ହାତେଇବାର ରଣନୀତି ପ୍ରସ୍ତୁତ କରିଛି। ସୁନ୍ଦରଗଡ଼ର ତଳସରା ଓ ସୁନ୍ଦରଗଡ଼ ସଦର ବିଧାନସଭା ଆସନ ଏବେ କଂଗ୍ରେସ ଦଖଲରେ ରହିଛି।

ତେବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତିର୍କୀଙ୍କ ମିଶ୍ରଣ ପରେ ସମ୍ଭବତଃ ସେ କଂଗ୍ରେସରେ ରହିବାକୁ ଅଧିକ ସୁରକ୍ଷିତ ମନେ କରିପାରନ୍ତି।

ସମତା କ୍ରାନ୍ତି ଦଳର ଆବାହକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ତିର୍କୀ ଗତବର୍ଷ ଡିସେମ୍ବର ମାସରେ ନିଜର ପୁରୁଣା ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହେବା ପାଇଁ ଚାହିଁଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା।

ବୀରମିତ୍ରପୁର ବିଧାନସଭା ଆସନରୁ ୪ଥର ବିଧାୟକ ଶ୍ରୀ ତିର୍କୀ ପ୍ରଥମେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଟିକେଟରେ ୧୯୯୫ ମସିହାରେ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବାବେଳେ ୨୦୦୯ରେ ବିଜେଡି ସହାୟତାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୪ରେ ସମତା କ୍ରାନ୍ତି ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ତେବେ ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚା ୨୦୧୮ ଜାନୁୟାରୀ ମାସରେ ସମତା କ୍ରାନ୍ତି ଦଳରେ ବିଲୟ ହେବାପରଠୁ ସେ ପ୍ରାୟତଃ ଦଳୀୟ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିଲେ । ଦଳ ଶ୍ରୀ ତିର୍କୀଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ଥିବାବେଳେ ସେ ବୀରମିତ୍ରପୁର ବିଧାନସଭା ଆସନରୁ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ଜଣାପଡ଼ିଛି ।

ବିଜେଡିରେ ମୋହଭଙ୍ଗ ପରେ ସୁଦର୍ଶନ କଂଗ୍ରେସରେ

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଓ ତାଙ୍କର ସହଯୋଗୀମାନେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ତେବେ ବିଜେଡି ସହ ଡିଲ୍ ଚୂଡ଼ାନ୍ତ ନହେବା ପରେ ଶ୍ରୀ ଦାସ କଂଗ୍ରେସରେ ଯୋଗ ଦେଇଥିବା ଚର୍ଚ୍ଚା।

ସୂତ୍ର ଅନୁସାରେ ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ଦାସଙ୍କୁ ବିଜେଡି ପକ୍ଷରୁ ସମସ୍ତ ପ୍ରକାରର ସମର୍ଥନ ମିଳୁଥିଲା । ଏପରିକି ବିଜେଡିବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। କିନ୍ତୁ ବିଜେଡିରେ ସାମିଲ ହୋଇ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ଦାସଙ୍କୁ କୌଣସି ସ୍ପଷ୍ଟ ପ୍ରତିଶ୍ରୁତି ନମିଳିବାରୁ ସେ କଂଗ୍ରେସରେ ସାମିଲ ହୋଇଥିବା ଜଣାପଡ଼ିଛି ।

୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଚାହିଁଥିଲେ । କିନ୍ତୁ ବିଜେଡି ତାଙ୍କୁ ଟିକେଟ ନଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଳେଶ୍ୱର ବିଧାନସଭା ଆସନରୁ ଲଢ଼ିଥିଲେ।

ଏଥର ମଧ୍ୟ କୌଣସି ନିର୍ଭର ପ୍ରତିଶ୍ରୁତି ବିଜେଡି ପାଖରୁ ନପାଇ ସେ ନିଜର ସହଯୋଗୀଙ୍କ ସହ କଂଗ୍ରେସରେ ସାମିଲ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମହାନଦୀ ବଞ୍ଚାଅ ଆନ୍ଦୋଳନ ପାଇଁ ହୋଇଥିବା ନୂଆଦିଲ୍ଲୀରେ କାର୍ଯ୍ୟକ୍ରମରେ ମଧ୍ୟ ବିଜେଡି ତାଙ୍କୁ ସହଯୋଗ କରିଥିଲା ।



from Odisha Reporter https://ift.tt/2MQIXNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages