ମୋଦିଙ୍କ ଉପରେ  ଆକ୍ରମଣର ଭୟ, ମହିଳା ବେଶରେ ଆସିପାରନ୍ତି ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

 ମୋଦିଙ୍କ ଉପରେ  ଆକ୍ରମଣର ଭୟ, ମହିଳା ବେଶରେ ଆସିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଆସନ୍ତାକାଲି ମୋଦି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାର କାର୍ଯ୍ୟକ୍ରମ ଅଛି। ଏହି ସମୟରେ ଆତଙ୍କବାଦୀମାନେ ହମ୍‌ଲା କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି।
 
ଭିଡ଼ ମଧ୍ୟରେ ଆତଙ୍କବାଦୀମାନେ ମହିଳାଙ୍କ ବେଶରେ ମୋଦିଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏହି ଖବର ମିଳିବା ପରେ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି।
 
ଏହି ଖବର ମିଳିବା ପରେ ରାଜ୍ୟ ପୁଲିସ୍‌ ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ବିଶେଷ କରି ମୋଦି ଯେଉଁ ସ୍ଥାନରେ ସଭା କରିବେ, ଉକ୍ତ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆସନ୍ତାକାଲି ମୋଦି ଇନ୍ଦୋରଠାରେ ଭୋରା ସଂପ୍ରଦାୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ।
ଆକ୍ରମଣର ସୂଚନା ପରେ ସ୍ପେଶାଲ୍‌ ପ୍ରୋଟେକସନ୍‌ ଗ୍ରୁପ୍‌(ଏସ୍‌ପିଜି) ପକ୍ଷରୁ ସୈଫନଗର ମସଜିଦ୍‌କୁ ନିଜ ନିୟନ୍ତ୍ରଣକୁ ନିଆଯାଇଛି। ଗୁଇନ୍ଦା ବିଭାଗ ଆକ୍ରମଣ ପରେ ସୂଚନା ଦେବା ପରେ ଏଡିଜି ଓ ଏସ୍‌ପିଜି ପକ୍ଷରୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି।
 
ଏସ୍‌ପିଜି ପକ୍ଷରୁ କୁହାଯାଇଛି ଯେ, ଉପଯୁକ୍ତ ପରିଚୟପତ୍ର ବିନା କୌଣସି ବି ବ୍ୟକ୍ତି ମୋଦିଙ୍କ ପାଖକୁ ଯାଇ ପାରିବେ ନାହିଁ। ଏପରି କି ସଭାସ୍ଥଳରେ ନିୟୋଜିତ ହେବାକୁ ଥିବା ସ୍ୱେଚ୍ଛାସେବୀ ଓ ଭୋରା ସଂପ୍ରଦାୟର ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ଯାଞ୍ଚ କରାଯିବ।
 
ସଭାସ୍ଥଳରୁ ଭୋରା ସଂପ୍ରଦାୟର ୬୦% ମହିଳା ଆସିବାର ସମ୍ଭାବନା ରହିଛି। ଏଥିପାଇଁ ପାଖାପାଖି ୨୦୦ରୁ ଅଧିକ ମହିଳା ସ୍ୱେଚ୍ଛାସେବୀ ସଭାସ୍ଥଳରେ ନିୟୋଜିତ ହେବେ। ତେଣୁ ଆତଙ୍କବାଦୀମାନେ ମହିଳାଙ୍କ ବେଶରେ ଆସି ମୋଦିଙ୍କ ଉପରେ ହମ୍‌ଲା କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ଆଶଙ୍କା କରିଛି। ଏଥିପାଇଁ ମହିଳା ପୁଲିସ୍‌ଙ୍କୁ ଭୋରା ସଂପ୍ରଦାୟର ମହିଳାଙ୍କ ବେଶରେ ନିୟୋଜିତ କରାଯିବ। ଆଜି ମେଟାଲ୍‌ ଡିଟେକ୍‌ଟର  ଜରିଆରେ ପୂରା ସଭାସ୍ଥଳକୁ ଯାଞ୍ଚ କରାଯାଇଛି।
ଏଡିଜି ଅଜୟ କୁମାର ଶର୍ମା କହିଛନ୍ତି,  ଏବେ ଆମର ନଜର କେବଳ ସଭାସ୍ଥଳ ଉପରେ ନାହିଁ। ସଭାସ୍ଥଳ ସହ ରାଜ୍ୟର ବିଭିନ୍ନ ହୋଟେଲ୍‌ ଓ କଲୋନୀଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି।


from Odisha Reporter https://ift.tt/2COMqMF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages