ସୌନ୍ଦର୍ଯ୍ୟ ପାଇଁ ମୁହଁରେ ଲଗାନ୍ତୁ ଜାମୁକୋଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ସୌନ୍ଦର୍ଯ୍ୟ ପାଇଁ ମୁହଁରେ ଲଗାନ୍ତୁ ଜାମୁକୋଳି

jamun1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମୁକୋଳିରେ ଭରପୂର ପୋଷକ ତତ୍ତ୍ୱ ଭରି ରହିଛି। ଏଥିରେ ଆଇରନ୍‌, କ୍ୟାଲ୍‌ସିୟମ୍, ଭିଟାମିନ୍‌ ସି’ ଏବଂ ବି’ ପ୍ରଚୁର ପରିମାଣରେ ରହିଛି।

ଯଦି ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍‌ର ଅଭାବ ରହିଛି, ତେବେ ଜାମୁକୋଳି ଆପଣଙ୍କ ରକ୍ତହୀନତାକୁ ଦୂର କରିଥାଏ। ଏହା ବ୍ୟତୀତ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଜାମୁକୋଳି ଖୁବ୍‌ ଉପକାରୀ।

ମୁହଁର ତ୍ୱଚାକୁ ସୁନ୍ଦର କରିବା ପାଇଁ ଆପଣ ଏହାକୁ ଖାଇପାରିବେ ଏବଂ ଏହାର ଫେସ୍‌ପ୍ୟାକ୍‌ ମଧ୍ୟ ମୁହଁରେ ଲଗାଇପାରିବେ।

ଭିଟାମିନ୍‌ ପାଇଁ ଜାମୁକୋଳି:
jamun2ଜାମୁକୋଳିରେ ଭିଟାମିନ୍‌ ଏ’ ଏବଂ ସି’ ପ୍ରଚୁର ମାତ୍ରାରେ ଥିବାରୁ ଏହି ଦୁଇଟି ତତ୍ତ୍ୱ ତ୍ୱଚା ପାଇଁ ଖୁବ୍‌ ଉପକାରୀ। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଏହାକୁ ସୁସ୍ଥ ଏବଂ ସତେଜ ରଖିଥାଏ।

ସ୍କିନ୍‌ ହାଇଡ୍ରେଟ୍‌ କରେ:
jamun4ଜାମୁ କୋଳିରେ ୮୫ ପ୍ରତିଶତ ପାଣି ରହିଛି। ଏଥିପାଇଁ ଏହା ତ୍ୱଚାକୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଜାମୁକୋଳି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ଆଉ ଶୁଖିଲା ଦେଖା ଯାଏ ନାହିଁ।

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ:
ଜାମୁକୋଳିରେ ଥିବା ଆଣ୍ଟିବାୟୋଟିକ୍ସ ତ୍ୱଚାରେ ଥିବା ସମସ୍ତ କଳା ଦାଗକୁ ଦୂର କରି ଏହାକୁ ସୁନ୍ଦର ରଖିଥାଏ। ଏଥିପାଇଁ ଆପଣ ଜାମୁକୋଳିକୁ ଶୁଖାଇ ପ୍ରଥମେ ଏହାର ପାଉଡର୍‌ ପ୍ରସ୍ତୁତ କରନ୍ତୁ। ଏହାପରେ ଏଥିରେ ବେସନ ଏବଂ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ୨୦ ମିନିଟ୍‌ ମୁହଁରେ ଲଗାଇ ରଖନ୍ତୁ। ଏହିପରି କିଛିଦିନ ଲଗାଇବା ପରେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଓ ସୁନ୍ଦର ଦେଖାଯିବ।

କେଶକୁ ସୁସ୍ଥ ରଖେ:
jamun3ଜାମୁକୋଳିରେ ଭିଟାମିନ୍‌ ସି’ ରହିଛି, ଯାହା କୋଲୋଜନ୍‌ ହର୍‌ମୋନ୍‌ ତିଆରିରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିବାୟୋଟିକ୍ସ କେଶକୁ ପ୍ରଦୂଷଣ ଏବଂ ସୂର୍ଯ୍ୟଙ୍କ କିରଣରୁ ସୁରକ୍ଷା ଦେଇଥାଏ। ଏହା ଫଳରେ ଆପଣଙ୍କ କେଶ ସୁନ୍ଦର ଦେଖାଯାଏ।

ତୈଳାକ୍ତ ତ୍ୱଚା ପାଇଁ ଜାମୁକୋଳି:
ଜାମୁକୋଳିରେ ଏପରି ଗୁଣ ରହିଛି, ଯାହା ତୈଳାକ୍ତ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଜାମୁକୋଳି ରସରେ ଅଁଳା ରସ ଏବଂ ଗୋଲାପ ଜଳ ମିଶାଇ ଏକ ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇଲେ ତ୍ୱଚାରୁ ଅତିରିକ୍ତ ତେଲ ବାହାରିବା ବନ୍ଦ ହେବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ।



from Odisha Reporter https://ift.tt/2xNBud1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages