
ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ।
ସେ ଆଜି ସକାଳେ ଶୌଚ ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍ଟି ତାଙ୍କୁ ଧକ୍କା ଦେଇଥିଲା।
କ୍ଷତିପୂରଣ ଦାବିରେ ନାବାଳିକାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ସେମାନେ ଭବାନୀପାଟଣା-ନର୍ଲା ରାସ୍ତା ଅବରୋଧ କରିଛନ୍ତି।
from Odisha Reporter https://ift.tt/2NWT6xz
No comments:
Post a Comment