
ନୂଆଦିଲ୍ଲୀ: ଜର୍ଜିଆର ବାତୁମିରେ ଚାଲିଛି ଚେସ୍ ଅଲିମ୍ପିଆଡ୍ ୨୦୧୮। ଆଉ ଏଥିରେ ଗତ ମଙ୍ଗଳବାର ଘଟିଯାଇଛି ଏକ ନିଆରା ଘଟଣା।
୧୮୫ଟି ଦେଶର ଚେସ୍ ଖେଳାଳିଙ୍କ ଉପସ୍ଥିତିରେ ୩୩ ବର୍ଷୀୟ ଅନ୍ତର୍ଜାତୀୟ ଖେଳାଳି ନିକ୍ଲେଶ କୁମାର ଜୈନ ତାଙ୍କ ଗର୍ଲଫ୍ରେଣ୍ଡ୍ ଫ୍ରାନ୍କୋ ଭାଲେନ୍ସିଆ ଏଞ୍ଜେଲା (୩୧)ଙ୍କୁ ପ୍ରପୋଜ୍ କରିଥିଲେ।
ନିକ୍ଲେଶଙ୍କ ଘର ମଧ୍ୟପ୍ରଦେଶର କଟ୍ନୀରେ। ଅନ୍ୟପକ୍ଷରେ ଫ୍ରାନ୍କୋ ଭାଲେନ୍ସିଆଙ୍କ ଘର କଲମ୍ବିଆରେ। ସେ ବି ଜଣେ ଅନ୍ତର୍ଜାତୀୟ ଚେସ୍ ଖେଳାଳି।
ଏ ଦୁଇ ଜଣ ଦୁଇ ବର୍ଷ ହେଲା ରିଲେସନ୍ଶିପ୍ରେ ଥିଲେ। କିଛି ବର୍ଷ ତଳେ ସେମାନେ ସ୍ପେନ୍ରେ ଏକ ଟୁର୍ଣ୍ଣାମେଣ୍ଟ୍ ବେଳେ ପରସ୍ପରକୁ ଭେଟିଥିଲେ।
ସବୁଠୁ ମଜା କଥା ହେଉଛି, ନିକ୍ଲେଶ୍ କେବଳ ଭଲ ହିନ୍ଦୀ କହିପାରନ୍ତି ଓ ଏଥିରେ ସେ ମାହିର। ଆଉ ତାଙ୍କ ଗର୍ଲଫ୍ରେଣ୍ଡ କେବଳ ସ୍ପାନିଶ୍ କହିପାରନ୍ତି। ତେବେ ଭାଷା ସେମାନଙ୍କ ପ୍ରେମରେ ବାଧା ଦେଇପାରିନି।
ସେମାନେ ଆସନ୍ତା ଡିସେମ୍ବର ମାସରେ ବାହା ହେବେ ଏବଂ ସେମାନଙ୍କ ବାହାଘର ଭାରତରେ ହେବ ବୋଲି ଜଣାପଡ଼ିଛି।
ମଙ୍ଗଳବାର ନିକ୍ଲେଶ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍ କଲା ବେଳେ ସେଠାରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିଶ୍ୱନାଥ ଆନନ୍ଦ, ପି ହରିକ୍ରିଷ୍ଣା ଓ କୋନେରୁ ହମ୍ପି ପ୍ରମୁଖ ଉପସ୍ଥିତ ଥିଲେ।
ଏହାର ଏକ ଭିଡିଓ ମଧ୍ୟ ୟୁଟ୍ୟୁବ୍ରେ ଅପ୍ଲୋଡ୍ ହୋଇଛି। ଏହାକୁ ଅନେକ ଲୋକ ପସନ୍ଦ କରିଛନ୍ତି।
from Odisha Reporter https://ift.tt/2R2qeBJ
No comments:
Post a Comment