ଉପହାରରେ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନ ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଉପହାରରେ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନ ହେଲେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପହାର ବା ଭେଟି। ଅନ୍ୟର ମଙ୍ଗଳ ମନାସି ହେଉ ଅଥବା ତା ଖୁସିରେ ସାମିଲ ହେବାର ସନ୍ତର ସ୍ୱରୂପ ଦିଆଯାଉଥିବା କୌଣସି ଦ୍ରବ୍ୟକୁ ଆମେ ଏହି ନାମରେ ସମ୍ବୋଧନ କରିଥାଉ।  ସବୁ ଶୁଭ କାମରେ ଉପହାର ଦେବାର ପରମ୍ପରା ମଧ୍ୟ ରହିଛି। ସେ ବାହାଘର ହେଉ ଅବା ଜନ୍ମଦିନ। ଆପଣ ନିଜ ବନ୍ଧୁକୁ ଉପହାରଟିଏ ଦେଇଥାନ୍ତି । କେତେବେଳେ ବସ୍ତ୍ର ତ କେତେବେଳେ କୌଣସି ବ୍ୟବହାର୍ଯ୍ୟ ସାମଗ୍ରୀ ଦେଇ ଆଉ ଆମେ ତାଙ୍କୁ ଓ ନିଜକୁ ଅନୁଗୃହିତ ମନେ କରିଥାଉ। ହେଲେ ଜାଣି ରଖନ୍ତୁ, କିଛି ଏମିତି ଦ୍ରବ୍ୟ ଅଛି, ଯାହାକୁ ଉପହାର ଆକାରରେ ଆଦୌ ଦେବାକଥା ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କିଛି ବର୍ଜିତ ଜିନିଷ ଅଛି, ଯାହାକୁ ଉପହାର ଦେଲେ ଅଶୁଭ ଫଳର ପ୍ରାପ୍ତି ହୁଏ।

ଆଜି ଆମେ ଆପଣଙ୍କୁ ଏହି ୫ ଜିନିଷ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଉପହାର ଦେଲେ ଆପଣଙ୍କର ଆର୍ଥିକ କ୍ଷତି ଏବଂ ସମସ୍ୟା ବଢ଼ିଥାଏ।

ଗଣେଷ ସହ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି:ଯେ କୌଣସି ଶୁଭ ଅବସରରେ ଲୋକ ନିଜର ବନ୍ଧୁଙ୍କୁ ଗଣେଷ ମୂର୍ତ୍ତି ଉପହାର ଦେଇଥାନ୍ତି। କିନ୍ତୁ ଅନେକ ସମୟରେ ଅଜାଣତରେ ଗଣେଷ ମୂର୍ତ୍ତି ସହିତ ଲକ୍ଷ୍ମୀଙ୍କର ମୂର୍ତ୍ତି ମଧ୍ୟ ଉପହାର ଦିଆଯାଇଥାଏ। କେବେ ବି ଗଣେଷ ମୂର୍ତ୍ତି ସହିତ ଲକ୍ଷ୍ମୀଙ୍କର ମୂର୍ତ୍ତି ଦିଅନ୍ତୁ ନାହିଁ। ଏପରି କଲେ ଧନ ଆସିବା ପରିବର୍ତ୍ତେ ହାନୀ ହୋଇଥାଏ।

ଛୁରୀ:ବାସ୍ତ୍ରୁଶାସ୍ତ୍ରରେ ଧାରୁଆ ଅସ୍ତ୍ର ଉପହାର ଦେବାକୁ ବାରଣ କରାଯାଇଛି। ଏହି ପ୍ରକାର ଉପହାର ଦେଲେ ଘରେ କଳହ ଏବଂ ଅଶାନ୍ତି ଲାଗି ରହିଥାଏ।

କଳା ରଙ୍ଗର ଉପହାର:କୌଣସି ଶୁଭ କାର୍ଯ୍ୟରେ କଳା ରଙ୍ଗର କପଡ଼ା ଏବଂ ଜୋତା ଉପହାର ଦିଅନ୍ତୁ ନାହିଁ। କାହିଁକି ନା କଳା ରଙ୍ଗକୁ ଅଶୁଭ କୁହାଯାଇଛି। କଳା ରଙ୍ଗର ଜିନିଷ ଉପହାର ଦେଲେ ଜୀବନରେ ସମସ୍ୟା ବଢ଼ିଥାଏ।

ହିଂସ୍ର ଜନ୍ତୁ: କୌଣସି ହିଂସ୍ର ଜନ୍ତୁକୁ ଉପହାରରେ ଦିଅନ୍ତୁ ନାହିଁ। ଏପରି ଉପହାର ଦେଲେ ଘରେ ଅଶାନ୍ତି ଲାଗି ରହିଥାଏ।

ରୁମାଲ୍‌: ବାସ୍ତ୍ରୁଶାସ୍ତ୍ର ଅନୁସାରେ ଉପହାରରେ ରୁମାଲ୍‌ ଦେବା ଅଶୁଭ। ରୁମାଲ୍‌ ଉପହାର ଦେଲେ ନକାରାତ୍ମକ ଶକ୍ତି ବଢ଼ିଥାଏ ଏବଂ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇଥାଏ।



from Odisha Reporter https://ift.tt/2DKOFRN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages