୯୫ ଟଙ୍କାରେ ଜିଓ ଫୋନ୍‌ ବାଣ୍ଟୁଛନ୍ତି ଏହି ରାଜ୍ୟର ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

୯୫ ଟଙ୍କାରେ ଜିଓ ଫୋନ୍‌ ବାଣ୍ଟୁଛନ୍ତି ଏହି ରାଜ୍ୟର ସରକାର

jio

ନୂଆଦିଲ୍ଲୀ:୯୫ ଟଙ୍କାରେ ମିଳୁଛି ଜିଓ ଫୋନ୍‌। ଏହି ଫୋନ୍‌କୁ କିଣିବା ପାଇଁ ଜବରଦସ୍ତ ଭିଡ଼ ବି ଜମୁଛି। କୌତୁହଳର କଥା ହେଉଛି, ଏହି ଫୋନ୍‌ର ବିକ୍ରି ପାଇଁ ‘ଅଟଳ ସେବା କେନ୍ଦ୍ର’ରେ କରାଯାଇଥିବା ଷ୍ଟଲ୍‌ର ନାଁ ରହିଛି, ‘ଡିଜିଟାଲ୍‌ କ୍ରାନ୍ତି’।

ଏହି ଖବରଟିକୁ ପଢ଼ି ସାରିବା ପରେ ଏବେ ଆପଣ ଭାବୁଥିବେ, ଏତେ ଶସ୍ତାରେ ଏହି ଜିଓ ଫୋନ୍‌ କେଉଁଠି ମିଳୁଛି?

ଏହି ଫୋନ୍‌ ମିଳୁଛି ରାଜସ୍ଥାନରେ। କୁହାଯାଉଛି, ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଏପରି ଶସ୍ତା ଦରରେ ଜିଓ ଫୋନ୍‌ ଦେଉଛନ୍ତି। ଏନେଇ ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ୩୦ ସେପ୍ଟେମ୍ୱର ମଧ୍ୟରେ ମାତ୍ର ୯୫ ଟଙ୍କାରେ ଏହି ଜିଓ ଫୋନ୍‌ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବଣ୍ଟାଯିବ।

ତେବେ ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୧ହଜାର ୯୫ ଟଙ୍କା ଦେବାକୁ ପଡ଼ିବ। ଆଉ ଫୋନ୍‌ କିଣି ସାରିବା ପରେ ୧୦୦୦ ଟଙ୍କା ଗ୍ରାହକଙ୍କ ଆକାଉଣ୍ଟ୍‌ରେ ଫେରସ୍ତ ଦିଆଯିବ। ଏହି ଟଙ୍କା ରାଜ୍ୟ ସରକାର ଜମା କରିବେ।

ଏଣୁ ଜିଓ ଫୋନ୍‌ ପାଇଁ ଗ୍ରାହକ ମାତ୍ର ୯୫ ଟଙ୍କା ହିଁ ଦେବେ। ଏତିକି ନୁହେଁ, ଫୋନ୍‌ରେ ୬ମାସର ଭାଉଚର୍‌ ଭ୍ୟାଲିଡିଟି ସହିତ ୧୨୮ ଜିବି ଡାଟା ଏବଂ ୫୦୦ ଏସ୍‌ଏମ୍‌ଏସ୍‌ ପ୍ୟାକ୍‌ ମଧ୍ୟ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି।

କିଛି ଦିନ ତଳେ ରାଜସ୍ଥାନରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟରେ ୪ ପ୍ରତିଶତ ଭ୍ୟାଟ୍‌ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ  ଘୋଷଣା କରିଥିଲେ। ଏବେ ମାତ୍ର ୯୫ ଟଙ୍କାରେ ଜିଓ ଫୋନ୍ ବାଣ୍ଟିବା ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷକ, ଗୃହିଣୀ ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ତାଙ୍କ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।



from Odisha Reporter https://ift.tt/2D0SEsZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages