
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଦର ବଢ଼ିଥିବାରୁ ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର। ବସ୍ ଭଡ଼ା କିମି ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ଓ ଡିଲକ୍ସ, ଏସି ଡିଲକ୍ସ କିମି ପିଛା ୪ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ଅର୍ଡିନାରୀ ବସ୍ ଭଡ଼ା କିମି ପ୍ରତି ଥିଲା ୭୦ ପଇସା। ଏବେ ବଢ଼ି ହେଲା ୭୨ ପଇସା। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିମି ପ୍ରତି ୭୩ ଥିଲା। ବଢ଼ି ହେଲା ୭୫ ପଇସା। ଡିଲକ୍ସ ବସ୍ ଭଡ଼ା କିମିକୁ ଥିଲା ୧୦୧ ପଇସା ଓ ବଢ଼ି ହେଲା ୧୦୫ ପଇସା। ଏସି ଡିଲକ୍ସ କିମିକୁ ଥିଲା ୧୨୩ ପଇସା ଓ ହେଲା ୧ ଟଙ୍କା ୨୭ ପଇସା।
ଡିଜେଲ୍ ଦର ପ୍ରତି ଦିନ ବୃଦ୍ଧି ଘଟୁଥିବାରୁ ବସ୍ ଭଡ଼ା ବଢ଼ାଯାଇଛି। ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
from Odisha Reporter https://ift.tt/2xcS067
No comments:
Post a Comment