ଦେଖନ୍ତୁ କେମିତି ବ୍ୟାଟ୍‌ରେ ଫ୍ୟାନ୍‌ଙ୍କୁ ଆକ୍ରମଣ କରିଥିଲେ ଏହି ପାକ୍‌ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଦେଖନ୍ତୁ କେମିତି ବ୍ୟାଟ୍‌ରେ ଫ୍ୟାନ୍‌ଙ୍କୁ ଆକ୍ରମଣ କରିଥିଲେ ଏହି ପାକ୍‌ ଖେଳାଳି

ନୂଆଦିଲ୍ଲୀ:କ୍ରିକେଟର୍‌ଙ୍କ ପାଇଁ ସେମାନଙ୍କ ଫ୍ୟାନ୍‌ ହିଁ ସବୁ କିଛି। ଫ୍ୟାନ୍‌ମାନେ ଜଣେ ଖେଳାଳିଙ୍କୁ ଏତେ ଭଲ ପାଆନ୍ତି ଯେ, ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। କ୍ରିକେଟ ଫ୍ୟାନ୍‌ ବା ଦର୍ଶକମାନଙ୍କ ପ୍ରଶଂସା ଓ ଗାଳି ହିଁ ଜଣେ ଖେଳାଳିଙ୍କୁ ଷ୍ଟାର୍ କରିଥାଏ। ବେଳେବେଳେ ଦର୍ଶକ ଖେଳାଳିଙ୍କୁ ପ୍ରଶଂସାରେ ପୋତି ପକାନ୍ତି ତ’ ପୁଣି କେତେବେଳେ ତାଚ୍ଛଲ୍ୟ ଓ ପରିହାସ ମଧ୍ୟ କରିଥାନ୍ତି। ଖେଳାଳିଙ୍କୁ ଏହା ବରଦାସ୍ତ କରିବାକୁ ହୋଇଥାଏ।
 
ହେଲେ ଏମିତି କିଛି କ୍ରିକେଟର୍‌ ଅଛନ୍ତି, ଯେଉଁମାନେ ଦର୍ଶକଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହାନ୍ତି। ଏମିତି ଜଣେ ଖେଳାଳି ହେଉଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ୍‌ ଉଲ୍ ହକ୍‌। ଜଣେ ଫ୍ୟାନ୍‌ ଇଞ୍ଜମାମ୍‌ଙ୍କୁ ‘ଆଳୁ’ ବୋଲି କହି ଚିଡା଼ଇବାରୁ, ସେ ତାଙ୍କୁ ବ୍ୟାଟ୍‌ରେ ମାରିବାକୁ ପଛାଇ ନଥିଲେ।
 
୧୯୯୭ ମସିହା ସେପ୍ଟେମ୍ବର ୧୪ରେ ଟରଣ୍ଟୋରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବାଉଣ୍ଡାରୀରେ ଫିଲ୍ଡିଂ କରୁଥିବା ଇଞ୍ଜମାମ୍‌ଙ୍କୁ ଜଣେ ଫ୍ୟାନ୍‌ ହିନ୍ଦୀରେ ମୋଟା ଓ ଆଳୁ ବୋଲି କହି ଚିଡ଼ାଇ ଥିଲେ। ବେଶ କିଛି ସମୟ ଶାନ୍ତ ହୋଇ ଛିଡ଼ା ହୋଇଥିବା ଇଞ୍ଜମାମ୍‌ ହଠାତ୍‌ ହିଂସ୍ର ହୋଇ ଉଠିଥିଲେ। 
 
ସେ ସଙ୍ଗେସଙ୍ଗେ ଏକ ବ୍ୟାଟ୍‌ ଧରି ଷ୍ଟାଡିୟମ୍‌ରେ ପଶି ମୋଟା ଓ ଆଳୁ ସମ୍ବୋଧନ କରିଥିବା ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ଅନ୍ୟ ଦର୍ଶକ ଓ ସିକ୍ୟୁରିଟି ଗାର୍ଡମାନେ ଇଞ୍ଜମାମ୍‌ଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିଲା।
ଏ ସଂକ୍ରାନ୍ତ ଏକ ପୁରୁଣା ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। 



from Odisha Reporter https://ift.tt/2xfGFS1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages