‘ଇଏ ଏତେ ବଡ଼ ହେବେ ମୁଁ ଜାଣି ନ ଥିଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

‘ଇଏ ଏତେ ବଡ଼ ହେବେ ମୁଁ ଜାଣି ନ ଥିଲି’

ମୁମ୍ବାଇ:  ବଲିଉଡ୍‌ ଅଭିନେତା  ନୱାଜୁଦ୍ଦିନ୍‌ ସିଦ୍ଦିକି ଜଣେ ଦକ୍ଷ ଓ ଲୋକପ୍ରିୟ ଅଭିନେତା। ସେ ନିଜର ଅଭିନୟ ପାଇଁ  ପ୍ରତିଟି ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ଜାଣିଛନ୍ତି ଆଜି ସିନା ସେ ଖୁବ୍‌ ସଫଳ କିନ୍ତୁ ଏମିତି ବି ଦିନେ ସମୟ ଥିଲା,  ଯେବେ ନୱାଜଙ୍କ ଦକ୍ଷତା ଉପରେ ଉଠିଥିଲା ପ୍ରଶ୍ନ।  ଆଉ ସେହି ପ୍ରଶ୍ନ ଉଠାଇଥିଲେ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ରାଜ୍‌ କୁମାର ହିରାନୀ।

ନିକଟରେ ହିରାନୀ ଏକ ସାକ୍ଷତାକାରକୁ ଆସିଥିଲେ, ସେଠାରେ ତାଙ୍କୁ ନୱାଜୁଦ୍ଦିନ୍‌ଙ୍କ ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘‘ନୱାଜ୍‌ଙ୍କ ସହ କାମ କଳାବେଳେ ସେ କେବେ କଳ୍ପନା କରି ନ ଥିଲେ ଯେ ନୱାଜ୍‌ ଏତେ ପ୍ରସିଦ୍ଧ ହେବେ।’’

୨୦୦୩ ରେ ହିରାନୀ ନୱାଜ୍‌ଉଦ୍ଦିନ୍‌ଙ୍କ ସହ ସେ ଫିଲ୍ମ ‘‘ମୁନ୍ନା ଭାଇ ଏମ୍‌ବିବିଏସ୍‌ରେ କାମ  କରିଥିଲେ। ନୱାଜ୍‌ ସେଥିରେ ଏକ ଚୋର ଭୂମିକାରେ ଅଭିନୟ କରିଥିଲେ। ହିରାନୀ ସେହି ଫିଲ୍ମ ବେଳର ଏକ୍ସପିରିଏନ୍ସ ଶେୟାର କହିଥିଲେ।  ହିରାନୀ କହିଥିଲେ, ‘‘ସେ ଖୁବ୍‌ ଭଲ ଅଭିନୟ କରିଥିଲେ। କିନ୍ତୁ ମୁଁ କେବେବି ଭାବି ନ ଥିଲି ଯେ,  ସେତେ ଏତେ ବଡ଼ ଅଭିନେତା ହୋଇଯିବେ ଯାହା ଆଜି ଅଛନ୍ତି।’’

ନୱାଜୁଦ୍ଦିନ୍‌ ଆଗକୁ ନନ୍ଦିତା ଦାସ୍‌ଙ୍କ ନିର୍ଦ୍ଦେଶିତ ‘ମଣ୍ଟୋ’ରେ ଅଭିନୟ କରିବେ। ଏହି ଫିଲ୍ମ  ପ୍ରସିଦ୍ଧ ଲେଖକ ପତ୍ରକାର ସଆଦତ୍‌ ହସନ୍‌ ମଣ୍ଟୋର ଜୀବନୀ ଉପରେ ଆଧାରିତ।

ଛୋଟ ଚିତ୍ରରୁ  ମୁଖ୍ୟ ଚରିତ୍ର ପର୍ଯ୍ୟନ୍ତ ନୱାଜ୍‌ଉଦ୍ଦିନ୍‌ଙ୍କ ଯାତ୍ରା ଖୁବ୍‌ ଜବରଦସ୍ତ।



from Odisha Reporter https://ift.tt/2MwdRdx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages