
ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଘୋଡ଼ା ବଜାର ନିକଟ କମଳା ହସ୍ପିଟାଳ ପଛପଟୁ ୭ଟି ମଣିଷ ଖପୁରୀ ଜବତ ତରାଯାଇଛି। ଖପୁରୀଗୁଡିକ ଏକ ହଳଦିଆ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ଜବତ୍ କରାଯାଇଛି।
କେହି ଦୁର୍ବୃତ୍ତ ଏଠାରେ ଖପୁରୀଗୁଡିକୁ ପକାଇ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ଜଣାପଡ଼ିବା ପରେ ପୁରୀ ସହରରେ ଚାଞ୍ଚଳ୍ୟ ଖେଳି ଯାଇଛି। କିଏ ଏହି ଖପୁରୀ ପକାଇଲା ? ଖପୁରୀ କେଉଁଠୁ ଆସିଲା ? ମୃତ ବ୍ୟକ୍ତିମାନେ କିଏ ଓ କେଉଁ ଅଞ୍ଚଳର ଆଦି ପ୍ରଶ୍ନ ଉଠିବାରେ ଲାଗିଛି।
କମଳା ହସ୍ପିଟାଲ କର୍ମଚାରୀ କମଳାକାନ୍ତ ଦାସ କହିଛନ୍ତି, “ଏକ ଅଖା ବସ୍ତାରେ କିଛି ଜିନିଷ ବାନ୍ଧି ଜଣେ ବ୍ୟକ୍ତି ସ୍କୁଟିରେ ଆସି ଏଠି ଛିଡ଼ା ହୋଇଥିଲା। ଏହାପରେ ଗଳିରେ ପଶି ବସ୍ତାଟିକୁ ପକାଇ ଥିଲା। ଶବ୍ଦ ଶୁଣି ସେଠାରେ ପହଞ୍ଚି କ’ଣ ପକାଇଲୁ ବୋଲି ପଚାରିବାରୁ କିଛି ନାହିଁ କହି ସେଠାରୁ ପଳାଇଥିଲା। ପରେ ସେ ଅଖା ବସ୍ତାରୁ ଖପୁରୀ ବାହାରିଲା।”
ସମୁଦ୍ରକୂଳ ଥାନା ଆଇଆଇସି ବିଶ୍ୱଜିତ୍ ସେନାପତି କହିଛନ୍ତି, “କେଉଁ ପରିସ୍ଥିତିରେ ଏହା ଆସିଲା ଓ କିଏ ଆଣିଲା ତାର ତଦନ୍ତ ଚାଲିଛି। ଜଣେ ପିଲା ଆଣି ବସ୍ତାରେ ଏସବୁ ଖପୁରୀ ପକାଇଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
from Odisha Reporter https://ift.tt/2Nni7AT
No comments:
Post a Comment