
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ପ୍ରାୟ ସମସ୍ତେ ଚାଇନିଜ୍ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି ଚାଇନିଜ୍ ରେଷ୍ଟୁରାଣ୍ଟ୍ ମଧ୍ଯ ଖୋଲିଗଲାଣି। ତେବେ ବାହରର ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଦେହ ଅସୁସ୍ଥ ହେଉଥିବାରୁ ଆପଣ କୌଣସି ରେଷ୍ଟୁରାଣ୍ଟ୍ ନଯାଇ ଘରେ ମଧ୍ୟ ମନପସନ୍ଦର ଚାଇନିଜ୍ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଘରେ କେମିତି ରେଷ୍ଟୁରାଣ୍ଟ ଷ୍ଟାଇଲ୍ର ଚାଇନିଜ୍ ସେଜ୍ୱାନ୍ ହକ୍କା ନୁଡଲ୍ସ୍ ତିଆରି କରାଯାଇପାରିବ, ତାହା ଆଜି ଆମେ ଆପଣଙ୍କୁ ଶିଖାଇବୁ।
ଆବଶ୍ୟକ ସାମଗ୍ରୀ: ହକ୍କା ନୁଡଲ୍ସ୍, ତେଲ, ଚିଲି ଅଏଲ୍, କଟା ରସୁଣ, ଜୁଆଣି, କଟା ବନ୍ଧା କୋବି, ଶିମ୍ଲା ମିର୍ଚ୍ଚ, ସିଝା ହୋଇଥିବା କଟା ଗାଜର, ବିନ୍ସ, ଲୁଣ ଓ ସେଜୱାନ୍ ସସ୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ହକ୍କା ନୁଡଲ୍ସ୍କୁ ଗରମ ପାଣିରେ ସିଝାଇ ରଖନ୍ତୁ। ବର୍ତ୍ତମାନ ଏକ ଚଉଡ଼ା ନନ୍ଷ୍ଟିକ୍ ପ୍ୟାନ୍ରେ ତେଲ ଓ ଚିଲି ଅଏଲ୍ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ କଟା ରସୁଣ ପକାଇ ଏହା ଲାଲ୍ ହେବାଯାଏ ଭାଜନ୍ତୁ। ବର୍ତ୍ତମାନ ଜୁଆଣି, କଟା ବନ୍ଧା କୋବି, ଶିମ୍ଲା ମିର୍ଚ୍ଚ, ସିଝା ହୋଇଥିବା କଟା ଗାଜର ଓ ବିନ୍ସ ପକାଇ ମଧ୍ୟମ ଆଞ୍ଚରେ ୨ ମିନିଟ୍ ଯାଏ ଭାଜନ୍ତୁ।
ବର୍ତ୍ତମାନ ଏଥିରେ ସେଜ୍ୱାନ୍ ସସ୍, ନୁଡଲ୍ସ୍ ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କମ୍ ଆଞ୍ଚରେ କିଛି ସମୟ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଏକ ଚାମଚ ସାହାଯ୍ୟରେ ଗୋଳାନ୍ତୁ। କିଛି ସମୟ ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି, ଆପଣଙ୍କର ପ୍ରିୟ ଚାଇନିଜ୍ ସେଜ୍ୱାନ୍ ହକ୍କା ନୁଡଲ୍ସ୍। ଏହାକୁ ଗରମ ଗରମ ପରଷନ୍ତୁ।
from Odisha Reporter https://ift.tt/2CJPtWy
No comments:
Post a Comment