
ଚେନ୍ନାଇ: ତାମିଲ୍ ଭାଷାରେ ମଧ୍ୟ ‘ବିଗ୍ ବସ୍’ ନାଁରେ ଏକ ରିୟଲିଟି ଶୋ’ ଚାଲିଛି। ଏବେ ଏହାର ଦ୍ୱିତୀୟ ସିଜିନ୍ ଚାଲିଛି। ଏହି ବିବାଦୀୟ ଶୋ’ର ଉପସ୍ଥାପକ ଅଛନ୍ତି କମଲ୍ ହାସନ୍।
ଶୋ’ଟି ବେଶ୍ ଚର୍ଚ୍ଚାରେ ରହୁଛି। ଚେନ୍ନାଇର ଇଭିପି ଫିଲ୍ମ ସିଟିରେ ହୋଇଥିବା ସେଟ୍ରେ ଏହାର ସୁଟିଂ ହେଉଛି। ତେବେ ସୁଟିଂ ସେଟ୍ରେ ଏକ ଦୁର୍ଘଟଣା ଘଟି ଯାଇଛି ଓ ଏଥିରେ ଜଣେ ଏସି ମେକାନିକ୍ଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୁଣଶେଖରନ୍।
ମିଳିଥିବା ସୂଚନା ମୁତାବକ, ଗତ ଶନିବାର ଏ ଘଟଣା ଘଟିଥିଲା। ଗୁନାଶେଖରନ୍ ଦ୍ୱିତୀୟ ମହଲାରୁ ପଡ଼ି ଯାଇଥିଲେ। ସେଟ୍ରେ ଲାଗିଥିବା ଏସିରେ କିଛି ସମସ୍ୟା ଦେଖାଯାଇଥିଲା। ସେ ଏସି ସଜାଡ଼ିବାକୁ ଯାଇଥିବା ବେଳେ ଖସି ପଡ଼ିଥିଲେ।
ଗୁଣଶେଖରନ୍ଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।
ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଏହାର ତଦନ୍ତ କରୁଛି।
‘ବିଗ୍ ବସ୍ ତାମିଲ୍’ ସେଟ୍ରେ ଏମିତି ଦୁର୍ଘଟଣା ପ୍ରଥମ ଥର ଘଟି ନାହିଁ। ‘ବିଗ୍ ବସ୍ ତାମିଲ୍’ର ସିଜିନ୍ ୧ର ସୁଟିଂ ଚାଲିଥିବା ବେଳେ ମଧ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2x1pnbn
No comments:
Post a Comment